pakka

ବଲାଙ୍ଗିର ଜିଲ୍ଲାସ୍ତରୀୟ ମାହାର ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାସ୍ତରୀୟ ମାହାର ସମାଜ ପରିଚାଳନା କମିଟି ଓ ବଡ଼ବନ୍ଧ ମାହାର ସମାଜର ମିଳିତ ଆନୁକୂଲ୍ୟରେ ଗତକାଲି ନୂଆଁଖାଇ ଭେଟ୍‌ଘାଟ୍‌ ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତର ଖୋଦ ବଡ଼ବନ୍ଧ ଗାଁର ମହାରପଡ଼ାରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ସହ ବରଗଡ଼, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାର କର୍ମକର୍ତ୍ତା ସହ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ମାହାର ସମାଜର ଲୋକ ଯୋଗ ଦେଇଥିଲେ । ବଡ଼ବନ୍ଧ ମାହାରପଡ଼ାରୁ ପାରଂପରିକ ଇଷ୍ଟଦେବୀଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ବଲାଙ୍ଗିର ଜିଲ୍ଲା ସଭାପତି ପଞ୍ଚୁ ଚିନ୍ଦାସଙ୍କୁ ସର୍ବ ପ୍ରଥମେ ସମ୍ବର୍ଦ୍ଧନା ଦିଆଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମକୁ ଖମଖଡ଼ା ଗାଁର ପଦ୍ମଲୋଚନ ମଲ୍ଲିକ ପରିଚାଳନା କରିଥିବା ବେଳେ ସୁଦୂର ଛତିଶଗଡ଼ର ଆମନ୍ତ୍ରିତ ଅତିଥିମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଡ଼ବନ୍ଧ ମାହାର ସମାଜର ସକ୍ରିୟ ସଭ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାସମାରୋହରେ ପାଳିତ ହୋଇଥିଲା । ଏଥିରେ ଓଙ୍କାର ଚିନ୍ଦା, ତ୍ରିଭୂବନ ବାରିକ, ନିମାଇଁ ସାହାଣୀ, ସୁଦାମ ରାଉତ, ସୁକର ରାଉତ, ବଳରାମ ତମଲିଆ, ଧ୍ୱଜ ତମଲିଆ, ମଧୁ ତମଲିଆ, ଲମ୍ବୋଦର ମଲ୍ଲିକ, ଲୁଚନ ଚିନ୍ଦା, ଦୁର୍ଯ୍ୟୋଧନ ମଲ୍ଲିକ, ହରିଶ୍ଚନ୍ଦ୍ର ବାରିକ, ଫକିର ରାଉତ ସହଯୋଗ କରିଥିଲେ ।

Leave A Reply

Your email address will not be published.

fourteen + 10 =