pakka

କଫ ସିରଫ୍ ଚୋରା ଚାଲାଣ : ୨ ଅଭିଯୁକ୍ତ ଗିରଫ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚୋରା ଚାଲାଣ କରୁଥିବା ୮ଶହ ବୋତଲ କଫ ସିରଫ୍‌ ବୋଝେଇ ଏକ ଅଟୋ ଟାଉନ ଥାନା ପୋଲିସ ଜବତ କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏ ସମ୍ପର୍କରେ ସମ୍ବାଦିକମାନଙ୍କୁ ସୂଚନା ଦେଇ ଟାଉନ ଥାନା ଅଧିକାରୀ ସତ୍ୟଜିତ୍ ଖାଣ୍ଡେଲକର କହିଛନ୍ତି ଯେ, କିଛି ଦିନ ହେବ ସହର ମଧ୍ୟକୁ କଫ ସିରଫ୍‌ ଚୋରା ଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା । ପୋଲିସ ପକ୍ଷରୁ ଇନ୍ସପେକ୍ଟର ମାନସ ଭୋଇଙ୍କ ନେତୃତ୍ୱରେ ଏଏସ୍‌ଆଇ ସୁଶାନ୍ତ ସାହୁ, ଏଏସ୍‌ଆଇଆର ଏନ୍ ତ୍ରିପାଠୀଙ୍କୁ ନେଇ ଏକ ସ୍କାର୍ଡ ଗଠନ କରାଯାଇଥିଲା । ଏକ ଅଟୋରେ କଫ ସିରଫ୍‌ ଚୋରା ଚାଲାଣ ହେଉଥିବା ସୂଚନା ମିଳିବା ପରେ ପୋଲିସ ଦଳ ଚଢ଼ାଉ କରି ତାଙ୍କୁ ଧରିବାରେ ସଫଳ ହୋଇଥିଲେ । ଅଟୋ ମଧ୍ୟରୁ ୮ଶହ ବୋତଲ କଫ ସିରଫ୍‌ ଜବତ କରିବା ସହ ଚୋରା ଚାଲାଣକାରୀଙ୍କ ଏକ ଏଭିଏଟର ସ୍କୁଟି, ଅଟୋ, ନଗଦ ଟଙ୍କା, ମୋବାଇଲ ଫୋନ ପୋଲିସ ଜବତ କରିଛି । ଚୋରା ଚାଲାଣ କରି ସହରା ପାଲିର ଦିଲ୍ଲିପ ଦୀପ, ତୋରାଟାଙ୍ଗରପଡ଼ା ପ୍ରଭାତ ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.

six + 5 =