pakka

ଇପସମ କୋଚିଙ୍ଗ ସେଣ୍ଟରରୁ ଚୋରୀ ହୋଇଥିବା ସାଇକେଲକୁ ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଜେନ୍ଦ୍ର କଲେଜ ଛକ ସ୍ଥିତ ଇପସମ କୋଚିଙ୍ଗ ସେଣ୍ଟରରୁ ଚୋରୀ ହୋଇଥିବା ସାଇକେଲକୁ ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତ ରାୟ । ସୂଚନା ଅନୁସାରେ ଗତ ତା. ୧୩.୦୭.୨୨ରିଖ ସନ୍ଧ୍ୟା ସମୟରେ ହାଟପଦା ପଡାର ନିବାସୀ ଓମକରନାଥ ମିଶ୍ର ଗୋଟିଏ ଏଭନ ଏଟେନସନ ସାଇକେଲ ଧରି ଇପସମ କୋଚିଙ୍ଗ ସେଣ୍ଟରକୁ ଯାଇଥିଲେ ଏବଂ ସେହି ସାଇକେଲକୁ କୋଚିଙ୍ଗ ସେଣ୍ଟର ବାହାରେ ରଖି କ୍ଲାସ କରୁଥିଲେ । ପରେ ସନ୍ଧ୍ୟା ୮ ଟାରେ କ୍ଲାସ ସାରି ବାହାରି ଦେଖିଲା ବେଳକୁ ତାଙ୍କ ସାଇକେଲକୁ କେହି ଜଣେ ଚୋରୀ କରି ନେଇଛି । ତେବେ ଏହାକୁ ନେଇ ତାଙ୍କ କାକା ରାଜେନ୍ଦ୍ର ମିଶ୍ରଙ୍କୁ ଖବର ଦେବାପରେ ତାଙ୍କ କାକା ଥାନାକୁ ଆସି ଘଟଣା ବିଷୟରେ ଲିଖିତ ରିପୋର୍ଟ କରିଥିଲେ । ତାଙ୍କ ରିପୋର୍ଟ ଅନୁସାରେ ଉପରୋକ୍ତ କେସ ଟି ରେଜିଷ୍ଟ୍ରେସନ କରାଯାଇ ଏଏସଆଇ ବୈକୁଣ୍ଠ ଦେହେରୀ ତଦନ୍ତ କରିଥିଲେ ଏବଂ ଚୋରୀ ହୋଇଥିବା ଏଭନ ଏଟେନସନ ସାଇକେଲ ସହିତ ଆଉ ଦୁଇଟି ସାଇକେଲ ଅପରାଧୀ ମାନଙ୍କ ଠାରୁ ଆଜି ଜବତ କରିଥିଲେ । ତେବେ ଏଥିରେ ସମ୍ପୃକ୍ତ ବଲାଙ୍ଗିର କଦମପଡାର ଅପରାଧୀ ସତ୍ୟ ସୁନା (୨୨) ଦଫା ୩୭୯/୩୪ ଅନୁସାରେ ଓ ଶାସ୍ତ୍ରୀ ନଗରର ଆକାଶ ସାହୁକୁ ଦଫା ୩୭୯/୪୧୧ ଅନୁସାରେ ଟାଉନ ପୋଲିସ ପକ୍ଷରୁ ଗିରଫ କରାଯାଇଥିବା ବେଳେ ଅଦାଲତଙ୍କ ସମ୍ମୁଖରେ ଗିରଫ ଦୁଇ ଜଣଙ୍କୁ ହାଜର କରାଯାଇଥିବା ନେଇ ଥାନା ଅଧିକାରିଣୀ କେ. ପ୍ରିୟଙ୍କା ରାଉତ ରାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

four + 15 =