
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ପୂଜ୍ୟ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ଜୟନ୍ତୀ ମହା ସମାରୋହ ସହିତ ପାଳିତ ହୋଇଯାଇଛି । ଶତାଧିକ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ନଗର କୀର୍ତ୍ତନ, ଓଁକାର ସୁପ୍ରଭାତମ୍, ଫଟୋ ଚିତ୍ର ସହ ନଗର ପରିକ୍ରମା, ନାରାୟଣ ସେବା ଓ ଅଖଣ୍ଡ ଭଜନ ଶ୍ରଦ୍ଧା ଓ ଭକ୍ତି ସହ ଅନୁଷ୍ଠିତ ହୋଇଯାଇଛି । ସେବା ଓ ମାନବବାଦକୁ ଆଭିମୁଖ୍ୟ ରଖି କର୍ମ କରି ଚାଲିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ସଂଗଠନର ସଭାପତି ଅଭିଷେକ ପଣ୍ଡାଙ୍କ ନେତୃତ୍ୱରେ ମନ୍ମଥ ପାଢ଼ୀ, ସତ୍ୟନାରାୟଣ ମୁଣ୍ଡ, ସତ୍ୟନାରାୟଣ ପଣ୍ଡା, ଅବିନାଶ ବେହେରା, ବିମ୍ବାଧର ପଣ୍ଡା, ସୌଦାମିନୀ ପାଢ଼ୀ, ଅମୃତାଞ୍ଜଳି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।