pakka

କପିଲାଭଟାରେ ଭାଗବତ ଜନ୍ମ ଉତ୍ସବ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଭାଗବତ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ନିଲମଣି ବିଶି ଓ ତାଙ୍କ ସହଧର୍ମିଣୀ ସୁଶୀଳା ବିଶି ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ନୂଆପଡା ଜିଲ୍ଲା କୋମନା ଟିକ୍ରାପଡା ଗାଁର ପ୍ରବଚକ କ୍ଷୀରୋଦ ଖମାରୀ ଓ ସହଯୋଗୀ କ୍ଷମାସାଗର ବେହେରା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ଭାଗବତ ଜନ୍ମ ଅବସରରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଲିଙ୍ଗରାଜ ସାହୁ, ନନ୍ଦଲାଲ ବାରିକ, ଶ୍ରୀଲୋଚନ ବିଶି, ଜୟସିଂ ନାଏକ, ସନାତନ ଶବର, କିରଣ ବାରିକ, ଭୋଳା ନାଥ ସରାଫ, ରାଜକୁମାର ପଟେଲ ଉପସ୍ଥିତ ରହି ସତସଙ୍ଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ଗ୍ରାମର ଭୂରିସ୍ରବା ବିଶି, ପଙ୍କଜ ବିଶି, ନିର୍ଦୟ ବିଶି, ନରଫଳ ହଂସ, ରାମଚନ୍ଦ୍ର ହଂସ, ପ୍ରେମଲାଲ ହଂସ, ହୀରାଲାଲ ବିଶି, ହୁଲେଶ୍ୱର ହଂସ, ଡମ୍ବରୁ ହଂସ ଓ ଅନ୍ୟମାନେ ସହଯୋଗ କରିଥିଲେ । ଏଥିରେ ବହୁ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

2 × two =