pakka

ବଲାଙ୍ଗିର ଆଂଚଳିକ ନୋଡାଲ ସରକାରୀ ବିଦ୍ୟାଳୟରେ ଆୟୁଷ ସ୍କୁଲ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଂଚଳିକ ନୋଡାଲ ସରକାରୀ ବିଦ୍ୟାଳୟ, ଉପରଝରରେ ଗତକାଲି ଆୟୁଷ ସ୍କୁଲ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲା ହୋମିଓପ୍ୟାଥିକ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ସେଠୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ଚୈତନ୍ୟ ଠାକୁର ମିଶ୍ର ସଭାପତିତ୍ୱ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଭୂମିସୂତା ସାହୁ ଓ ସମ୍ମାନିତ ଅତିଥି ଭାବେ ଶିବ ପ୍ରସାଦ ବାରିକ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତଥା ସଭାପତି ଏବଂ ସମସ୍ତ ସ୍କୁଲ କର୍ମଚାରୀ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା ତଥା ସଂଯୋଜନା କରିଥିଲେ ବିଦ୍ୟାଳୟର ଇଂରାଜୀ ଶିକ୍ଷକ କ୍ଷୀରେଶ୍ୱର ରଣା । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୋଗ ପ୍ରଶିକ୍ଷକ ସୂରଜ ବକୁଳଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା । ହୋମିଓପ୍ୟାଥିକ ଚିକିତ୍ସା ଅଧିକାରୀ ଡା. ଲକ୍ଷ୍ମୀପ୍ରିୟା ସେଠୀଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବରେ ସ୍ୱାସ୍ଥ୍ୟ ସଚେତନତା ଉପରେ ସମ୍ୟକ ଆଲୋକପାତ କରାଯାଇଥିଲା । ହୋମିଓପ୍ୟାଥିକ ଚିକିତ୍ସା ଅଧିକାରୀ ଡା. ଗୋବିନ୍ଦ ଭୁଏ ଔଷଧୀୟ ବୃକ୍ଷ ତଥା ସ୍ୱାସ୍ଥ୍ୟ ଉପରେ ତାର ଉପକାରିତା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଉତ୍ତମ ଭାବରେ ପରିଚାଳନା କରିବା ପାଇଁ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଏବଂ ହୋମିଓପ୍ୟାଥିକ ଚିକିତ୍ସାଳୟର ସହାୟକ ବାଳ ଗୋପାଳ ସିଂଘନିନା, ଡିଙ୍ଗର ବେହେରା, ବାଳକ ବାଗଙ୍କର ସହଯୋଗ ମଧ୍ୟ ଉଲ୍ଲେଖନୀୟ ଥିଲା । ଶେଷରେ ଶିକ୍ଷକ ରାଘବ ମଲ୍ଲିକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କୁ ଔଷଧ ବିତରଣ କରାଯାଇଥିଲା ।

Leave A Reply

Your email address will not be published.

2 × 1 =