csstore

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୨୦୨୨ର ଅଡିସନ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୨୦୨୨ର ଅଡିସନ ପୁଇଁନ୍ତଲା ବ୍ଲକର ୨୭ ତାରିଖ ଓ ୨୮ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ଦିନ ଉଦ୍‌ଘାଟନୀରେ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର ଏବଂ ଉଦ୍‌ଯାପନୀ ଦିବସରେ ଜିଲ୍ଲା ପରିଷଦ ସଭ୍ୟ କୁମରମଣୀ ସେଠ, ଶିବଦତ୍ତ ମିଶ୍ର, ବ୍ଲକ ପିଏ ହିମାଂଶୁ ମିଶ୍ର, ପୁଇଁନ୍ତଲା ସମିତି ସଭ୍ୟ ଶୁଭଶ୍ରୀ ଗରୁଡ ଏବଂ ସମାଜସେବୀ ଜ୍ୟୋତିଷ ମୁଗ୍ରୀ ଯୋଗ ଦେଇଥିଲେ । ବିଏସ୍‌ଏସ୍‌ଓ କଳ୍ପନା ପଣ୍ଡା ଏବଂ ବିକେଏସ୍‌ଏସ୍‌ ଉପସଭାପତି ତରଣୀସେନ ଦୀପଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମକୁ ଗବେଷକ ନିଳାଞ୍ଚଳ ନନ୍ଦ ସଂଯୋଜନା ଏବଂ ନବୀନ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ । ଅଡିସନରେ ବିଚାରକ ଭାବେ କିଶୋର କୁମାର ମିଶ୍ର, ପଞ୍ଚାନନ ସେଠ, ବିଏସ୍‌ଏସ୍‌ଓ କଳ୍ପନା ପଣ୍ଡା ଏବଂ ତରଣୀସେନ ଦୀପ ଦାୟିତ୍ୱ ତୁଳାଇଥିଲେ ।

jayashree
Leave A Reply

Your email address will not be published.