csstore

ତହଁକ୍ କୁଟୁମର ଝକେର୍ ଉଛବରେ କବିତାର ଝକେର୍

ସୋନପୁର, (ରାଜେଶ ଦଣ୍ଡସେନା) : ଆଜି ସୋନପୁର ଜିଲ୍ଲାର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସେଲେଡି ଠାରେ ତହଁକ୍ କୁଟୁମ୍ ଏବଂ ରୁମକୁଝୁମାନା ପକ୍ଷରୁ ଝକେର୍ କବିତା ଉଛବ୍ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ଲମ୍ବୋଦର ତ୍ରିପାଠୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରୁମକୁଝୁମାନା ସଭାପତି ଶାଶ୍ଵତ କୁମାର ତ୍ରିପାଠୀ, ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନା, କୋଶଲ ସାହିତ୍ୟ ଏକାଡେମୀ ସଭାପତି ଦେବେନ୍ଦ୍ର କୁମାର ନାଏକ, ଅଖୋଜ କୁମାର ଷାଣ୍ଢ, କବି ଗୀତାଞ୍ଜଳି ମିଶ୍ର ମଞ୍ଚାସୀନ ଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ଦିଲିପ କୁମାର ମିଶ୍ର ସଂଯୋଜନା କରିଥିଲେ ଅର୍ଜୁନ କୁମାର ସାହୁ । ଦ୍ଵିତୀୟ ଅଧିବେଶନରେ ଏକ କୋଶଲି କବିତା ଆସର୍ ଅନୁଷ୍ଠିତ ହୋଇଥିଲା ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲାରୁ ପ୍ରାୟ ୭୦ରୁ ଅଧିକ କବି ଯୋଗ ଦେଇ ସ୍ଵରଚିତ କବିତା ପାଠ କରିଥିଲେ । ଏହି ଅଧିବେଶନରେ ସଂଜୀବ ସେଠୀ, ଶଂକର୍ଷଣ ସାହୁ, ବୈରାଗୀ ସାହୁ, ରଂଜନ ସା, ପ୍ରଭାତ ଖମାରୀ, ଗୋପାଲ ଚନ୍ଦ୍ର ମେହେର, ସସ୍ମିତା ମେହେର, ଯୁଧିଷ୍ଠିର ଖମାରୀ ପ୍ରମୁଖ ମଞ୍ଚାସୀନ ଥିଲେ । କବିତା ଆସରକୁ ସୁଦେଷ୍ନା ମିଶ୍ର, ନିକିତା ସା, ମାନସୀ ସାହୁ, ଶ୍ରଦ୍ଧାଞ୍ଜଳି ପଣ୍ଡା, ଅରୁଣୀ ତ୍ରିପାଠୀ, ପୁଷ୍ପାଞ୍ଜଳି ମେହେର ସଂଯୋଜନା କରିଥିଲେ । ମିଲନ ପଣ୍ଡା, ଗିରିଶ ପାତ୍ର, ଯଦୁମଣି କର୍ଣ, ଅଂକିତା ପୂଜାରୀ, ଅଜୀସା ସାହୁ, ବନୀତା ବାରିକ, ଲିଜା ଡାଂଗ୍, ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.