mahavir

ଏଆଇଟିୟୁସିର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ : ବ୍ୟାପକ ସଂଗ୍ରାମ ପାଇଁ ଆହ୍ୱାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସିର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ ଜିଲ୍ଲା ସଭାପତି ତୀର୍ଥ ପ୍ରଧାନଙ୍କ ସଭା ପତିତ୍ୱରେ ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ଜୁଲାଇ ୯ ତାରିଖ ଶ୍ରମିକମାନଙ୍କ ସମସ୍ୟା ଉପରେ ମିଳିତ ଟ୍ରେଡ୍‌ ୟୁନିୟନ ତରଫରୁ ଆହୁତ ଭାରତ ବନ୍ଦ ଅଦ୍ଭୁତପୂର୍ବ ଭାବେ ସଫଳ ହୋଇଥିବାରୁ ଜିଲ୍ଲା କମିଟି ତରଫରୁ ଅଭିନନ୍ଦନ ଜଣାଯାଇଥିଲା । ଏହି ସଭାରେ ନିଖିଳ ଓଡିଶା ଆଶା କର୍ମୀ ସଂଘର ସାଧାରଣ ସଂପାଦିକା ନମିତା ସାହୁ ଆଗାମୀ ଦିନରେ ଆନ୍ଦୋଳନ ଉପରେ ସୂଚନା ଦେଇଥିଲେ । ଏଥିରେ ଯୋଗ ଦେଇ ଏଆଇଟିୟୁସିର ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା ଶ୍ରମିକମାନଙ୍କ ବିଭିନ୍ନ ଦାବି ଯଥା ଆଶା କର୍ମୀ ଓ ମଧ୍ୟାହ୍ନ ଭୋଜନ ପାଚିକାଙ୍କୁ ଶ୍ରମିକ ମାନ୍ୟତା, ଗ୍ରାମ ପଂଚାୟତ ୱାର୍କରଙ୍କୁ ସର୍ବ ନିମ୍ନ ମଜୁରି ପ୍ରଦାନ, ଉଦ୍ୟାନସାଥୀଙ୍କୁ ବର୍ଷସାରା କାମ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣା ନୀତି ବିରୁଦ୍ଧରେ ବ୍ୟାପକ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ସାଥୀ ବିଜୟ ଜେନା ଆଇ.ଏଲ୍‌.ଓ ର ଜେନେଭାଠାରେ ଅନୁଷ୍ଠିତ ୧୧୩ତମ ଅଧିବେଶନରେ ଯୋଗ ଦେଇ ଥିବାରୁ ବିଭିନ୍ନ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଓମି ଗୁପ୍ତା, ଜଗବନ୍ଧୁ ବେହେରା, ବିଦୂର କୁମ୍ଭାର, ଗୋପାଳ ଭୋଇ, ବଲ୍ଲଭି ସିଂ, ପ୍ରବୀର କମ୍ପ, ସାଏବୁ ନନ୍ଦ, ଦିଲିପ ଭୋଇ, ପୁରୁଷୋତ୍ତମ କର୍ମୀ, ପି.ଦାମୋଦର ରାଓ, ପାଣ୍ଡବ ଭୋଇ, ଲଳିତା ବାଗ, କୁମଦିନୀ ବାଗ, ମାଧବୀ ବେହେରା, ସରସ୍ୱତୀ ଶର୍ମା, ବନୀତା ପୁଟେଲ, ବାସନ୍ତି ସେଠ, ମମତା ଜେନା, ବିଜୟଲକ୍ଷ୍ମୀ ଖୁଟୁଲା, ପ୍ରମୋଦିନୀ ନାଏକ, କଲ୍ୟାଣି ସାହୁ, ମୁକ୍ତା ଉଦୁରକୁଲିଆ, ସୁବର୍ଣ୍ଣ ଡିଲା, ଶୋଭାଗିନୀ ବାଗ, ବୃନ୍ଦାବତୀ ସରାଫ, ଆଶା ଦୀପ, ଜାହ୍ନବୀ ବାରିକ, ଦମୟନ୍ତି ମହାନନ୍ଦ, ପ୍ରଭାସିନୀ ରାଏ, ଶ୍ୟାମ ପୁଟେଲ, ସୁଦାମ ମହାକୁର, ମହେନ୍ଦ୍ର ରଣା, କଲ୍ୟାଣି ଭାଟି, ଲଳିତ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.