om academy

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଚୈତ୍ରପର୍ବ ଠାରୁ ମା’ ଦଣ୍ଡକାଳୀଙ୍କ ଦଣ୍ଡବିଧାନ ଯାତ୍ରା ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡବିଧାନ ଯାତ୍ରା ଆରମ୍ଭ ହୋଇଯାଇଛି । ପବିତ୍ର ଚୈତ୍ର ପର୍ବ ମଙ୍ଗଳବାର ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଦଣ୍ଡଯାତ୍ରା ଅଧିକ ସରଗରମ ହୋଇଥିବା ଦେଖାଦେଇଛି । ଛତ୍ରପୁର ଠାରେ ଏକ ନିଆରା ପରମ୍ପରା ଭାବେ ସଂଗ୍ରାମ କ୍ରୀଡା ସାମାଜିକ ସଂଗଠନ ତରଫରୁ କୋଭିଡ୍‌ କଟକଣାମଧ୍ୟରେ ରିକାପଲ୍ଲୀ ବଜାରରେ ଆୟୋଜନ ହୋଇଛି । ମା ‘ ଦଣ୍ଡ କାଳୀଙ୍କ ସାନ୍ଧ୍ୟପାରମ୍ପରୀକ ରୀତିନୀତି ସଂଗ୍ରାମ କ୍ଲବ ପଡିଆ ରେ ସମାହିତ ହୋଇଥିଲା । ବିଧିବଦ୍ଧ କ୍ରମେ ମା’ କାଳୀ ନିଜସ୍ବ ମନ୍ଦିର ଛାଡ଼ି ଭକ୍ତଙ୍କ ମଙ୍ଗଳ ଲାଗି ବାହାରକୁ ଆସିଛନ୍ତି । ଦୀର୍ଘ ୨୧ଦିନ ଧରି ମା’ କାଳୀ ମହାଦେବଙ୍କୁ ସଙ୍ଗରେ ନେଇ ଦାଣ୍ଡେ ଦାଣ୍ଡେ ବୁଲି ଭକ୍ତଙ୍କ ମାନସିକ ପୂରଣ କରିବେ । ମାତ୍ର ପ୍ରଶାସନର କରୋନା କଟକଣା ନିୟମ ରହିଥିବା ହେତୁ ଦଣ୍ଡଯାତ୍ରା ଦଳମାନଙ୍କ ପକ୍ଷରୁ ଜନଗହଳିକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ଯାହା ଦ୍ୱାରା ଭକ୍ତମାନେ ଗତବର୍ଷ ଭଳି ମା’ଙ୍କ ନିକଟକୁ ଆସି ଦର୍ଶନ କରିପାରିନାହାନ୍ତି ।

କରୋନା ଯୋଗୁ ଗତବର୍ଷ ମା’ଙ୍କୁ ଆଦୌ ଭକ୍ତମାନେ ଦର୍ଶନ କରିପାରି ନଥିବା ବେଳେ ଚଳିତବର୍ଷ ମା’ ଦଣ୍ଡକାଳୀଙ୍କୁ ଦେଖି ଭାବବିହ୍ବଳ ହୋଇପଡ଼ିଛନ୍ତି । ଭକ୍ତଙ୍କ ସଂଖ୍ୟା ମଧ୍ୟ କମାଇ ଦିଆଯାଇଛି । ଏହି ଯାତ୍ରାରେ ରାତିରେ ସାଂସ୍କୃତିକ କାର୍ୟ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କେବଳ ମା’ଙ୍କ ପାରମ୍ପରିକ ପୂଜାର୍ଚ୍ଚନା କରାଯାଉଛି । ମାସ୍କ ଓ ସାନିଟାଇଜର ସହ ସମାଜିିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି । ଏହି ଯାତ୍ରା ବୃଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହେବ ।

Leave A Reply

Your email address will not be published.

fifteen − six =