csstore

ମୁରିବାହାଲ ଯାଦବ ଭବନଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ଯାଦବ ଭବନ ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଦବ ସମାଜର ବରିଷ୍ଠ କର୍ମକର୍ତ୍ତା ତଥା ମୁରିବାହାଲ ବ୍ଲକ ସଭାପତି ଗଙ୍ଗାଧର ହେର୍ଣ୍ଣା, ଶ୍ରୀପତି ଷାଣ୍ଢ, ମଧୂସୁଦନ ନାଗ, ସଂପାଦକ ତରୁଣ ପୋଢ, ଦିଲିପ କୁମାର ବାଗ, ଫାଲ୍ଗୁନୀ ହାତୀ, ସୁଧାଂଶୁ ପୋଢ ଯାଦବ, ପିତାମ୍ବର ବାଗ, ଦୁର୍ଯ୍ୟୋଧନ ନାଗ, ଆକାଶ ମାହାକୁର, ଲିଲୁମୋହନ ପଧାନ, ରବିନ୍ଦ୍ର ମାହାକୁର, ସୁଦାମ ବଘାର, ପପୁନ ଯାଦବ, କରଣ ଜାଲ, ରଞ୍ଜନ ବଞ୍ଛୋର୍, ଲିପୁନ ମହାକୁର, ଧିରୁ ନାଗ, ଚିକୁ ଜାଲ, ଶମ୍ଭୁ ମହାକୁର ତଥା ଅଞ୍ଚଳରର ଅନେକ ଭକ୍ତବୃନ୍ଦ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାକାର୍ଯ୍ୟ କରାଯାଇଥିଲା। ବରିଷ୍ଠ କର୍ମକର୍ତ୍ତା ଗଣ ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଷୟରେ ଆଲୋକପାତ କରିଥିବା ବେଳେ ସମସ୍ତେ ଭଗବାନଙ୍କୁ ବିଶ୍ୱାସ ରଖି ସତକର୍ମ କରି ସତ୍‌ପଥରେ ଚାଲିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଆଗାମୀ ଦିନରେ ବହୁତ ଭବ୍ୟ ଭାବରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯିବା ନେଇ ଆଲୋଚନା କରାଯାଇଥିଲା।

jayashree
Leave A Reply

Your email address will not be published.