jsm

୨୫ କ୍ୱିଣ୍ଟାଲ କାଠରେ ଭର୍ତ୍ତି ହୋଇଥିବା ଟ୍ରାକ୍ଟରକୁ ଜବତ କରିବା ସହ ଜଣଙ୍କୁ ଗିରଫ କଲା ବଲାଙ୍ଗିର ବନ ବିଭାଗ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ ସଫଳତା । ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ଦସପୁର ଗ୍ରାମ ନିକଟରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୫ କ୍ୱିଣ୍ଟାଲ ବିଭିନ୍ନ ଜାଳେଣି କାଠରେ ଭର୍ତ୍ତି ହୋଇଥିବା ଏକ ଟ୍ରାକ୍ଟର (ଓଆର୍‌ ୦୩ଏଫ ୯୫୭୯)କୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ଗଦରାମୁଣ୍ଡା ଗାଁର ରଜନ ପାତ୍ର ବୋଲି ଜଣାପଡିଛି । ତେବେ ଏହି ଚଢାଉଟି ରେଞ୍ଜ ଅଫିସର କେଶବ କିଶୋର ନାୟକଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ନେଇ ଜଣାପଡିଛି ।

yuvodaya
Leave A Reply

Your email address will not be published.