jsm

ବିଜୁବାବୁଙ୍କ ତିରୋଧାନ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ : ଯୋଗ ଦେଲେ ବିଧାୟକ ସରୋଜ

csstore

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡା ସ୍ଥିତ ନବୀନ ଧର୍ମଶାଳାଠାରେ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଫିତା କାଟି ଶୁଭାରମ୍ଭ କରିଥିଲେ ଏବଂ ବିଜୁବାବୁଙ୍କ ଫଟୋରେ ପୂଜାର୍ଚ୍ଚନା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେଲପଡା ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ବିଧାୟକଙ୍କ ପ୍ରତିନିଧି କୁମୁଦ ମହାକୁଡ଼, ଜିଲ୍ଲା ପରିଷଦ ସଭ୍ୟ ଜୟ ଧରୁଆ ଓ ବିଜୁ ଜନତା ଦଳର କର୍ମୀ ତଥା ଅନ୍ୟମାନେ ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ ।

yuvodaya
Leave A Reply

Your email address will not be published.