ବ୍ରାଉନସୁଗାର ଓ ଗଞ୍ଜେଇକୁ ପୋଡ଼ିଲା ଏସ୍‌ଟିଏଫ୍ ଟିମ୍‌

ଭୁବନେଶ୍ୱର : ୫ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଓ ଗଞ୍ଜେଇକୁ ପୋଡ଼ିଲା ଏସ୍‌ଟିଏଫ୍ ଟିମ୍‌ । ୫ ହଜାର ୨ ଶହ ୬୯ କିଲୋଗ୍ରାମ ଗଞ୍ଜେଇ ଏବଂ ୧ କିଲୋ ୩୨ ଗ୍ରାମ ଜବତ ବ୍ରାଉନସୁଗାରକୁ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଟାଙ୍ଗିଆପଡ଼ାଠାରେ ଥିବା ସାନି କ୍ଲିନ୍ ପ୍ରାଇଭେଟ୍ ଲିମିଟେଡରେ ପୋଡି ନଷ୍ଟ କରିବା ପାଇଁ ପହଞ୍ଚିଲା ଏସଟିଏଫ୍ ଟିମ୍‌ । ଘଟଣା ସ୍ଥଳରେ ଏସ୍‌ଟିଏଫ୍ ଆଇଜି ଜେ.ଏନ୍.ପଙ୍କଜ ଓ ଏସ୍‌ଟିଏଫ୍ ଏସ୍‌ପି କେ. କେ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏସଟିଏଫ୍‌ର ୧୦ ଜଣିଆ ଟିମ୍‌ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୫ କୋଟିରୁ ଅଧିକ ଟଙ୍କାର ଜବତ ନିଶା ସାମଗ୍ରୀ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

sixteen − ten =