csstore

ବଣଭୋଜି କରିବାକୁ ଯାଇଥିବା ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ଜଣେ ମୃତ, ତିନି ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଣଭୋଜି କରିବାକୁ ଯାଇଥିବା ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ପୋଲସରା ବ୍ଳକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ଗୋଟିଏ ଗୋଷ୍ଠୀ ଏବଂ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିଗମ ନଗର ଅଞ୍ଚଳ ଗୋଟିଏ ଗୋଷ୍ଠୀ ଧନେଇ ଜଳ ଭଣ୍ଡାରଠାରୁ ପ୍ରାୟ ତିନି କିଲୋମିଟର ଦୁର ରାଇମାଳ ଦେବୀ ପିଠକୁ ବଣଭୋଜି କରିବା ପାଇଁ ଯାଇଥିଲେ । ସେଠାରେ କୌଣସି କାରଣରୁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇ ଗଣ୍ଡଗୋଳର ରୂପଧାରଣ କରିଥିଲା ଫଳରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । ଏହା ଦ୍ୱାରା ମଧୁପଲ୍ଲୀ ଗ୍ରାମର ବାବୁଲା ପ୍ରଧାନର ମୃତ୍ୟୁ ହୋଇଥିବା ବେଳେ ରାଧାଶ୍ୟାମ ପ୍ରଧାନ, ପ୍ରସନ୍ନ ପ୍ରଧାନ ଓ ସନ୍ୟାସୀ ପୋଲେଇ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କଲେଜ ହସ୍‌ପିଟାଲକୁ ପଠାଇ ଦିଆଯାଇଛି । ଖବର ପାଇ ସ୍ଥାନୀୟ ପୋଲିସ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ଅନୁସନ୍ଧାନ ପୋଲିସ କରୁଛି ।

jayashree
Leave A Reply

Your email address will not be published.