
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କୋରିଓଗ୍ରାଫର ଆସୋସିଏସନ୍ର ୧୦ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆସୋସିଏସନ୍ର ସଭାପତି କେ.ସତ୍ୟନାରାୟଣ ରେଡ୍ଡୀଙ୍କ ସଭାପତିତ୍ୱରେ ସମସ୍ତ ସଦସ୍ୟଗଣ ଅନୁଷ୍ଠାନର ଆଭିମୁଖ୍ୟ ଓ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ସମାଜସେବୀ ସୟେଦ ମୁକ୍ତାର, ସମ୍ପାଦକ ଜୀବନ କୁମାର୍ ମହାରଣା, ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ସକ୍ରୀୟ ସଦସ୍ୟ ମନୋଜ ଆଚାର୍ଯ୍ୟ, ଗୁରୁ ରବିନ୍ଦ୍ର ରେଡ୍ଡୀ ପ୍ରମୁଖ ଛତ୍ରପୁର କୋରିଓଗ୍ରାଫର ଆସୋସିଏସନ୍ର ୧୦ମ ପାହାଚରେ ପଦାର୍ପଣର ଗୁଣାତ୍ମକ ବିକାଶ ଉପରେ ଆଲୋକପାତ କରିଥିଲେ । ଶେଷରେ କେକ୍ କାଟି ଉତ୍ସାହ ମନାଇଥିଲେ ।