csstore

ଶୈବପୀଠ ଦେବଦର୍ହାକୁ ବ୍ରିଜ ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଠାରୁ ୧୬ କିଲୋମିଟରରେ ଅବସ୍ଥିତ ଶୈବପୀଠ ଦେବଦର୍ହାକୁ ଲଖମରା ବ୍ରିଜ ଠାରୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ ସକାଶେ ଆଜି ଶୁକ୍ରବାର ଅପରାହ୍ନ ୪ଟା ସମୟରେ ମାନ୍ୟବର ସାଂସଦ ବରଗଡ ପ୍ରଦୀପ କୁମାର ପୁରୋହିତଙ୍କୁ ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲର ୮୯ ମ୍ୟାଟ୍ରିକ ବ୍ୟାଚ୍‌ର ଛାତ୍ରମାନେ ଦାବୀପତ୍ର ପ୍ରଦାନ କରି ଅତିଶୀଘ୍ର ନିର୍ମାଣ ପାଇଁ ଦାବୀ ଉପସ୍ଥାପନ କରିଥିଲେ । ଆଜିର ଏହି ଦାବୀପତ୍ର ପ୍ରଦାନ ସମୟରେ ଛାତ୍ର ସଙ୍ଘର ପ୍ରତାପ ନାଥ, ଦିନେଶ ପାଣିଗ୍ରାହୀ, ଗୋବିନ୍ଦ ପଟେଲ, ସହଦେବ ମେହେର, ନିରୋଜ ଦାଶ, ଅନନ୍ତ ଦାଶ, ସୁରେଶ ମିଶ୍ର, ଜୟନ୍ତ ସାହୁ, ତୋଷଧର ସାହା ଉପସ୍ଥିତ ଥିଲେ । ସାଂସଦ ଶ୍ରୀ ପୁରୋହିତ ଯଥାଶୀଘ୍ର ରାସ୍ତାର ନିର୍ମାଣ ପାଇଁ ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେଇଥିଲେ ।

jayashree
Leave A Reply

Your email address will not be published.