ମଦଭାଟି ବନ୍ଦ ଦାବୀରେ ଥାନା ଘେରିଲେ ଗ୍ରାମବାସୀ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅନ୍ତର୍ଗତ ଗଇଁନ୍ତଲା ଗ୍ରାମରେ ଥିବା ମଦଭାଟି ବନ୍ଦ ଦାବୀରେ ଗଇଁନ୍ତଲା ଗ୍ରାମବାସୀ ଥାନା ଘେରାଓ କରିଥିବା ଜଣାପଡ଼ିଛି । କରୋନା ମହାମାରୀ କାଳରେ ଏହି ମଦଭାଟି ଯୋଗୁଁ ଗ୍ରାମବାସୀମାନେ ନାହିିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରାଯାଇଥିବା ବେଳେ ଏଥିପାଇଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ କରାଯାଇଛି । ଏହି ମଦଭାଟି ପାଖରେ ମନ୍ଦିର ରହିଥିବା ବେଳେ ମନ୍ଦିରର ପରିବେଶ ନଷ୍ଟ ହେଉଛି ଏବଂ ନାନା ପ୍ରକାର ବେଆଇନ କାର୍ଯ୍ୟକଳାପ ବଢ଼ି ଚାଲିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି । ତୁରନ୍ତ ଏହି ମଦଭାଟି ବନ୍ଦ ନହେଲେ ଆଗକୁ ଘନଘୋର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

five × 3 =