କୋଭିଡ୍‌ ଯୋଦ୍ଧାଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କୋଭିଡ୍‌ ସଂକ୍ରମଣରେ ପ୍ରଥମ କରୋନା ଯୋଦ୍ଧା ପୋଳିସ ଅଧିକାରୀ ବିଜୟାନନ୍ଦ କର୍‌କରାଙ୍କ ପ୍ରାଣହାନୀ ଘଟିଥିବା ବେଳେ ତାଙ୍କୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି । ବଲାଙ୍ଗିର ଏସ୍‌ପି.ଙ୍କ କାର୍ଯ୍ୟାଳୟରେ ସେ କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ରହିଥିଲେ । ଗତକାଲି ଅପରାହ୍ନରେ ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ପରଲୋକ ହୋଇଛି । ତେବେ ତାଙ୍କ ପାର୍ଥିବ ଶରୀର ବଲାଙ୍ଗିରରେ ପହଂଚିବା ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ଗାଡର଼୍ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଏସ୍‌ପି. ସନ୍ଦୀପ ସଂପଦ ମଡକର ମଧ୍ୟ ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.