csstore

୭୨ତମ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଜଜ୍‌ ତଥା ବଲାଙ୍ଗିର ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ବଚ୍‌ପନ୍‌ ଓ ଏକାଡେ଼ମିକ୍‌ ହାଇଟ୍‌ ପବ୍ଲିକ୍‌ ସ୍କୁଲ ପ୍ରାଙ୍ଗଣରେ ବଲାଙ୍ଗିର ବନ ବିଭାଗ ସହଯୋଗରେ ୭୨ତମ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭିଜିଲାନ୍ସ ଜଜ୍‌ ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀ, ଫ୍ୟାମିଲି ଜଜ୍‌ ପ୍ରଶାନ୍ତ ନାୟକ, ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍‌ ଦେବାଶିଷ ରାଉତ, ପିଓ(ଏସ୍‌ଏସ୍‌ଟି) ସରୋଜ କୁମାର ଦାଶ, ବରିଷ୍ଠ ସିଭିଲ୍‌ ଜଜ୍‌ ଜ୍ୟୋତିରଂଜନ ବାଶ, ଡିଏଫ୍‌ଓ ସମୀର ରଂଜନ ଶତପଥୀ, ସ୍କୁଲ ନିର୍ଦ୍ଦେଶକ ଅଜିତ ଶତପଥୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ କୁମାର ଗିରି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ ବିଭାଗ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.