pakka

ପଲ୍ଲୀ ଆଲୋକ ପାଠାଗାର ଓ ଜୁହାର ପରିବାର ତରଫରୁ କଳାକାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

bbehera

ଆଗଲପୁର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ସମୟରେ ଲକ୍‌ଡାଉନ୍‌ ଜାରି କରୁଛନ୍ତି । ଫଳରେ ଅନେକ କଳାକାରଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଏଭଳି ଏକ ସମୟରେ ଏହି କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜୁହାର ପରିବାର ବେଙ୍ଗାଲୁରୁ ଓ ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ତରଫରୁ ଆଗଲପୁର ବ୍ଲକର ବିଭିନ୍ନ ଅଂଚଳର ପ୍ରାୟ ୩୬ ଜଣ ବରିଷ୍ଠ କଳାକାରଙ୍କୁ ରାସନ ସାମଗ୍ରୀ ସହାୟତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ୍, ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ, ପ୍ରୋଗ୍ରାମ କୋ-ଅର୍ଡିନେଟର ହିରାଲାଲ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ, ସରପଞ୍ଚ ସୁଜିତ ସାହୁ, ଗଣେଶ ସାହୁ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ସହାୟତା ବଣ୍ଟନ କରିଥିଲେ । ପିଏପିର ଗୋବିନ୍ଦଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର ସହାୟତା କରିଥିଲେ ।

jay balangir
Leave A Reply

Your email address will not be published.

16 − 15 =

error: Content is protected !!