
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବ ସଭାପତି କସ୍ତୁରୀ ରଥଙ୍କ ଅଧ୍ୟକ୍ଷତାରେ ଯାଦବ ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମାଆ ଦୁର୍ଗାଙ୍କର ପୂଜା ପାଠ ସହିତ କୁମୋଦିନୀ ପୃଷ୍ଠି ବେଦ ପଠନ କରିଥିଲେ । ଶିଶୁ କ୍ଷୁଦ୍ର ନୁହେଁ ବିରାଟ ଏବଂ ଶିଶୁ ସ୍ୱପ୍ନକୁ ଆକଳନ କରି କାମ କରି କାମ କରିବା ଆମ ପକ୍ଷରେ ଆଦୌ ସମ୍ଭବ ନୁହେଁ ଏବଂ ତାର ମାନସିକ ସ୍ଥିତିକୁ ପରଖି ତା ଅନୁସାରେ ତାକୁ ଗଠନ କରିବାରେ ଆମେ ଏକ ମାଧ୍ୟମ ହେବା ଉଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବରେ ସେବା ନିବୃତ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ଜ୍ୟୋତିର୍ମୟୀ ସାହୁ, ମୁଖ୍ୟବକ୍ତା ଭାବରେ ସୋନପୁର ଡିଆଇଇଟିର ସେବା ନିବୃତ୍ତ ମମତା ସ୍ୱାଇଁ, ସମ୍ମାନିତ ଅତିଥି ଭାବରେ ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମଂଚାସୀନ ଥିଲେ । ସଂପାଦକ ଡା. ଅଶୋକ କୁମାର ସେଠୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ମଦନ ମୋହନ ରଥ ଦୀର୍ଘ ୪୨ ବର୍ଷର ଅନୁଭୂତି ବଣ୍ଟିବା ସହିତ ଅନୁଷ୍ଠା ପାଇଁ ସହଯୋଗ ଭିକ୍ଷା କରିଥିଲେ । ଏହି ପାର୍ବଣରେ ପାରା ତୀରନ୍ଦାଜର ବିଶ୍ୱ ଚମ୍ପିୟାନ ପାୟଲ ନାଗଙ୍କୁ ବିଶେଷ ଶିଶୁ ସୌରଭ ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ସହ ମର୍ଯ୍ୟାଦା ଜନକ ଶାରଦୀୟ ଶିକ୍ଷା ସେବା ସମ୍ମାନ ସୁଚାରୁବାଲା ଦେବୀଙ୍କୁ, ସୁଧାନିଧି ଶତପଥି ସ୍ମୃତି ସମ୍ମାନ ରାମଚନ୍ଦ୍ର ସାହୁଙ୍କୁ, ନୀଳକଣ୍ଠ ପଟେଲ ସ୍ମୃତି ସମ୍ମାନ ବିଦ୍ୟୁତରେଖା କରଙ୍କୁ, ରାଧା ମୋହନ ଷଡଙ୍ଗୀ ସ୍ମୃତି ସମ୍ମାନ ସଂକିର୍ତ୍ତନ ମହାଲିଙ୍ଗଙ୍କୁ, ଚୈତନ୍ୟଦାସ ଠାକୁର ସ୍ମୃତି ସମ୍ମାନ ଅମ୍ବିକା ଦାନୀଙ୍କୁ, ଗୋପିନାଥ ସ୍ମୃତି ସମ୍ମାନ ମିନାକ୍ଷୀରାଣୀ ମିଶ୍ରଙ୍କୁ ଓ ଶରତ ଚନ୍ଦ୍ର ଦୀକ୍ଷିତ ସମ୍ମାନ ଡା. ସୁଧାଂଶୁ ଭୂଷଣ ମେହେରଙ୍କୁ ପ୍ରଦାନ କରାଯାଇଥିଲା । ପ୍ରବଂଧ, ବକ୍ତୃତା, ଚିତ୍ରାଙ୍କନ ଓ ସଂଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସଭା ଆରମ୍ଭରେ ମଧୁ ସାହୁ ଅତିଥି ପରିଚୟ ପ୍ରଦାନ, ସୁରଥ ସାହୁ ସଂବର୍ଦ୍ଧନା ପର୍ବ ପରିଚାଳନା ଓ ସୁନାଧର ବନଛୋର ପୁରସ୍କାର ବିତରଣ ପର୍ବ ପରିଚାଳନା କରିଥିଲେ । ଏହି ସଭାରେ ଉପଦେଷ୍ଟା ସତ୍ୟବନ୍ତ ବେଦବାକ, ଜୟରାମ ମିଶ୍ର, ଗିରିଜା ଶଙ୍କର ରଥ ଓ ଡ. ପ୍ରେମଚାନ୍ଦ ମହାନ୍ତି ମତ ବିନିମୟରେ ଆଶିର୍ବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଚୁଡେନ୍ଦ୍ର କୁମାର ବେହେରା, ଅରୁଣ ଖୁଆସ, ସୁନାଧର ବନଛୋର, ଦୁର୍ଗା ସାହୁ, ରତ୍ନମୟ ତ୍ରିପାଠି, ପ୍ରଦୀପ ପଶାୟତ, ଧର୍ମବ୍ରତ ରଥ, କାଳିନୀପ୍ରଭା ଉଦ୍ଗାତା, ରାଜଶ୍ରୀ ତ୍ରିପାଠି, ନିହାରିକା ମିଶ୍ର, ମାଳତି ଉଦ୍ଗାତା, ଭୀମସେନ ସାହୁ, କହ୍ନାଇ ଭରାସାଗର, ସୀତାଂଶୁ ଶେଖର ନାୟକ, ପ୍ରଶାନ୍ତ ଷଡଙ୍ଗୀ, ବଳିଷ୍ଠ ପଧାନ, ହୃଷିକେଶ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଉପସଭାପତି ଧିରେନ୍ଦ୍ର ନାରାୟଣ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।