jayashree

ସଂକିର୍ତ୍ତନ୍ୟ କଳାକାରଙ୍କ ଭେଟ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ଗ୍ରାମ ଠାରେ ବଲାଙ୍ଗିର ଜିଲ୍ଲା ସଂକିର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘ ତରଫରୁ ଲୋଇସିଂହା ବ୍ଲକ କଳା ସଂସ୍କୃତି ସଂଘ ଦ୍ୱାରା ସଂକିର୍ତ୍ତନ୍ୟ କଳାକାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ବ୍ଲକ ସଭାପତି ଉଜଲ ପଟେଲ, ବିଶି ବିଶ୍ୱାଲ, ବିଦ୍ୟା ନାଏକ, ଶନିଶ୍ଚର ସା, ଜୀବର୍ଦ୍ଧନ ନାଏକ, ଯୁଗିନ୍ଦ୍ର ପଟେଲ, ବାଟୁ ଦଲାଇଙ୍କ ସମେତ ସବୁ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଜତିନ ପଟେଲ, ସରପଂଚ ସଂଘର ସଭାପତି ସନକ ଗଡତ୍ୟା, ଉପରବାହାଲ ଗ୍ରାମ ପଂଚାୟତ ପ୍ରତିନିଧି ଶର୍ମା ସାହୁ, ସରଗାଡ ସରପଂଚ ସରୋଜ ବେହେରା, କୁଶମେଲ ସରପଂଚ କସ୍ତୁବ ସାହୁ, ଚାଷୀନେତା ରାମ ନାରାୟଣ ବ୍ରହ୍ମା, ସରଗାଡ ସମିତି ସଭ୍ୟ, ଜିଲ୍ଲା ସଭାପତି ତଥା ରାଜ୍ୟ ସଂଗଠକ ଜିତେନ୍ଦ୍ର କୁମାର ତ୍ରିପାଠି, ଜିଲ୍ଲା କୋଷାଧ୍ୟକ୍ଷ ନରେନ୍ଦ୍ର ବାରିକ, ଉପଦେଷ୍ଟା ସୁଦାମ ସାହୁ ପ୍ରମୁଖ ମଂଚାସୀନ ଥିଲେ । ପ୍ରାୟ ୧୦୦୦ରୁ ଅଧିକ କଳାକାରଙ୍କ ସମାଗମ ହୋଇଥିବା ବେଳେ ୧୫ଟି ଦଳ ସଂକିର୍ତ୍ତନ୍ୟ ପରିବେଷଣ କରିଥିଲେ ଏବଂ ସେମାନଙ୍କୁ ବ୍ଲକ ସଂଘ ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.