pakka

ନୃସିଂହନାଥ ବନାଞ୍ଚନ ପକ୍ଷରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲସ୍ଥିତ ଅଗ୍ନିସମ ବିଭାଗ କାର୍ଯ୍ୟାଳୟ ପରିସରରେ ନୃସିଂହନାଥ ବନାଞ୍ଚଳ ପକ୍ଷରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୃସିଂହନାଥ ବନାଞ୍ଚଳ ଅଧିକାରୀ ଗିରିଧାରୀ ପ୍ରଧାନ ମୂଖ୍ୟ ଅତିଥି, ବନପାଳ ଲୋକେଶ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପୋଷଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ବର୍ତ୍ତମାନ ଏହି ପରିବେଶ ପ୍ରଦୂଷଣ ହେବାର ସମ୍ଭାବନା ରହିଛି ତାହାକୁ ନିୟନ୍ତ୍ରଣ କରିବା ପାଇଁ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ସମସ୍ତ ସଜାଗ ହେବାକୁ ପଡିବ । ବର୍ତ୍ତମାନ ସାରା ବିଶ୍ୱରେ କରୋନା ବିପତ୍ତି ସମୟରେ ଲୋକେ ଅମ୍ଳଜାନ ଅଭାବ ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି । ଏଣୁ ଆମେ ସମସ୍ତେ ଜଣେ ଜଣେ ଦଶ ଗୋଟି ଲେଖାଏଁ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ଅଗ୍ନିସମ ବିଭାଗ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ୫୦ ପ୍ରକାରର ୫୦ ଗୋଟି ଫୁଲ ଜାତୀୟ ଓ ଔଷଧୀୟ ଚାରା ରୋପଣ କରିଥିଲେ । ଆଜି ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନକର୍ମଚାରୀ ତଥା ଫରେଷ୍ଟ ଗାର୍ଡ, ୱାଇଲ୍‌ଡ୍‌ ଲାଇଭ ସ୍କ୍ୱାର୍ଡ ଓ ଅଗ୍ନିସମ ବିଭାଗ କର୍ମଚାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

2 × four =

error: Content is protected !!