pakka

ମନ୍ତ୍ରୀ ଟୁକୁନି ସାହୁଙ୍କ ଗ୍ୟାସ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

bbehera

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ଼ ବିଧାୟକ ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ ବ୍ଲକ ବାନ୍ଧୁପଲା ଗ୍ରାମ ପଞ୍ଚାୟତ ଅଫିସ ପରିସରରେ ବାନ୍ଧୁପଲା ପଞ୍ଚାୟତର ବିଭିନ୍ନ ଅଙ୍ଗନୱାଡି କର୍ମୀମାନଙ୍କୁ ଗ୍ୟାସ ଚୁହ୍ଲା ସହ ଗ୍ୟାସ ସିଲିଣ୍ଡର ବଣ୍ଟନ କରିଛନ୍ତି । ବାନ୍ଧୁପଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବିଦ୍ୟୁତ୍‌ଲତା ପାତ୍ରଙ୍କ ସଭାପତିତ୍ୱରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାକାନ୍ତି ପଟେଲ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । କୁମ୍ଭେପଡ଼ାର ଦୁହ୍ଲଦିନୀ ଭୋଇ, ନୂଆପଡ଼ାର ପଲ୍ଲବୀ ନନ୍ଦ, ବୁର୍ଡିପଡ଼ାର ନୁରାବତି ସାହୁ, ବାନ୍ଧୁପଲାର ତ୍ରିଶୁଲା ପୁଟେଲ ଓ ଜାହ୍ନବୀ ଦୀପ, ଦେଶିଲର ପଦ୍ମା ମାଝୀ, ଚାହଁରଭଟା ରମ୍ଭା ଜାଲ ପ୍ରମୁଖଙ୍କୁ ଜାଳେଣି ଗ୍ୟାସ ସିଲିଣ୍ଡର ସହ ଗ୍ୟାସ ଚୁହ୍ଲା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଉପସ୍ଥିତ ସ୍ଥାନୀୟ ଏସଏଚଜି ମହିଳା ଓ ଶିଶୁ ମାନଙ୍କୁ ମାକ୍ସ ମଧ୍ୟ ବଣ୍ଟନ କରିଥିଲେ ମନ୍ତ୍ରୀ ଟୁକୁନି ସାହୁ । ଏହି ଅବସରରେ ବିଭିନ୍ନ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 + 3 =

error: Content is protected !!