pakka

ଏଥର ରଥ ଟାଣିବେ ସେବାୟତ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କେବଳ ପୁରୀରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ରାଜ୍ୟ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ଏଥର କେବଳ ସେବାୟତମାନେ ହିଁ ରଥ ଟାଣିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, କୋଭିଡ-୧୯ କଟକଣା ମଧ୍ୟରେ ରଥଯାତ୍ରାର ଆୟୋଜନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଚଳିତ ଥର ସେବାୟତମାନେ ହିଁ ରଥ ଟାଣିବେ । ରଥଯାତ୍ରାରେ ନିୟୋଜିତ ହେବାକୁ ସମସ୍ତ ଅଧିକାରୀ ଓ ସେବାୟତମାନଙ୍କର କୋଭିଡ ପରୀକ୍ଷା ହେବ । ସେମାନଙ୍କର ଟିକାକରଣ ହୋଇସାରିଛି । ରଥଯାତ୍ରା ପାଇଁ ସାନିଟାଇଜେସନ୍‌ ବ୍ୟବସ୍ଥା ହୋଇଥିବା ବେଳେ ଯିଏ ରଥଯାତ୍ରାରେ ସାମିଲ ହେବେ, ତାଙ୍କୁ ମାସ୍କ ଓ ଗାମୁଛା ଦିଆଯିବ । ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯିବ ।

jay balangir
Leave A Reply

Your email address will not be published.

13 − 6 =

error: Content is protected !!