କୁର୍କୁଟାରେ ପ୍ରୟାସ ଜନ କଲ୍ୟାଣ ସମିତି ପକ୍ଷରୁ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ଜନ କଲ୍ୟାଣ ସମିତି କୁର୍କୁଟା ପକ୍ଷରୁ ଦ୍ୱିତୀୟ ପର୍ୟ୍ୟାୟରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ବଡବାଉଁଶେନ ପଞ୍ଚାୟତ ଅନ୍ତର୍ଗତ କୁର୍କୁଟା ହାଇସ୍କୁଲ ପଡିଆରୁ ପତିତପାବନ ଆଶ୍ରମ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଆମ୍ବ, ନିମ୍ବ, ଶାଗୁଆନ, କରଞ୍ଜ, ଆକାଶିଆ, କୃଷ୍ଣଚୂଡା ଆଦି ବିଭିନ୍ନ ପ୍ରଜାତିର ବୃକ୍ଷ ଚାରା ରୋପଣ କରାଯାଇଥିଲା । ସେହିପରି କରୋନା ମହାମାରୀରୁ ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ନିମିତ୍ତ ମାକ୍ସ, ସାନିଟାଇଜର ବ୍ୟବହାର କରିବାକୁ ଲୋକଙ୍କୁ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ସଭାପତି ଜନାର୍ଦନ ପଣ୍ଡା, ଉପସଭାପତି ଗୋବିନ୍ଦ ସା, ସଂପାଦକ ହେମନ୍ତ ମହାନନ୍ଦ, ସହସଂପାଦକ କୁଳମଣି ଧରୁଆ, କୋଷାଧ୍ୟକ୍ଷ ବିବେକ ପାଣିଗ୍ରାହୀ, ଆକାଶ ସାହୁ, ଜତିନ ମହାନନ୍ଦ, ରିତିକ ସାହୁ, ସୋମନାଥ ସାହୁ ପ୍ରମୁଖ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.