ls

ବଲାଙ୍ଗିର ପୌର ପରିଷଦ ଦ୍ୱାରା ଆବାସ ଯୋଜନାର କାର୍ଯ୍ୟାଦେଶ ଓ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଂଟନ ସମାରୋହ ଅନୁଷ୍ଠିତ

2020

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ ଦ୍ୱାରା ଆବାସ ଯୋଜନାର କାର୍ଯ୍ୟାଦେଶ ଓ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଂଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜିକାର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ତଥା ପୌର ପରିଷଦ ପ୍ରଶାସକ ଚଞ୍ଚଳ ରାଣା, ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଆବାସ ଯୋଜନାର କାର୍ଯ୍ୟାଦେଶ ଏବଂ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଏହା ବଲାଙ୍ଗିର ପୌର ପରିଷଦର ଷଷ୍ଠ ପର୍ଯ୍ୟାୟର ଆବାସ ଯୋଜନାର କାର୍ଯ୍ୟାଦେଶ ୩୪୫ ଜଣଙ୍କୁ ବଂଟନ କରାଯାଇଛି । ତତ୍‌ସହିତ ଭୂମିହୀନ ବସ୍ତି ବାସିନ୍ଦାଙ୍କ ପାଇଁ ଏହା ଦ୍ୱିତୀୟ ପର୍ଯ୍ୟାୟ ଏବଂ ଏହାଦ୍ୱାରା ୪୭୦ ଜଣ ହିତାଧିକାରୀ ଭୂମି ଅଧିକାର ପ୍ରମାଣ ପତ୍ର ପାଇ ଉପକୃତ ହେବେ । ଆଜିକାର ସମାରୋହରେ ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି ଯେ, ହିତାଧିକାରୀମାନେ ସମୟ ଭିତରେ ନିଜର ଗୃହ ତିଆରି କାର୍ଯ୍ୟ ସଂପାଦିତ କରି ସରକାରଙ୍କ ଦ୍ୱାରା ଦିଆଯାଉଥିବା ପ୍ରୋତ୍ସାହିତ ରାଶି ପାଇ ଲାଭବାନ ହୁଅନ୍ତୁ । ବସ୍ତିରେ ରହୁଥିବା ଭୂମିହୀନ ବସ୍ତିବାସନ୍ଦାଙ୍କୁ ଜମି ଅଧିକାର ନିୟମ ୨୦୧୭ ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ ମହୋଦୟ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରି ଦୀପ ।

Leave A Reply

Your email address will not be published.