ଆସନ୍ତା ୨୬ ତାରିଖ ବରଗଡ଼ ବନ୍ଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୬ ତାରିଖ ଦିନ ବରଗଡ଼ ଜିଲ୍ଲା ସମ୍ପୁର୍ଣ୍ଣ ବନ୍ଦ କରିବାକୁ ବରଗଡ଼ ଜିଲ୍ଲା ଶ୍ରମିକ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ସୂଚୀତ କରାଯାଇଛି । ଆଜି ସମିତିର ଏକ ବୈଠକ ସମିତିର ଯୁଗ୍ମ ଆବାହକ ବ୍ରହ୍ମାନନ୍ଦ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଉକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆସନ୍ତା ୨୬ ତାରିଖ ଦିନ ସର୍ବ ଭାରତୀୟ ଟ୍ରେଡ ୟୁନିୟନ ଏବଂ ସରକାରୀ ଓ ବେସରକାରୀ କର୍ମଚାରୀ ମହାସପ୍ସଘ ମାନଙ୍କ ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ, ଶ୍ରମିକ, ଛାତ୍ରଛାତ୍ରୀ ଓ ଜନବିରୋଧୀ ନୀତିକୁ ବିରୋଧ କରାଯାଇ ଆସନ୍ତା ୨୬ ତାରିଖ ଦିନ ଦେଶବ୍ୟାପୀ ଧର୍ମଘଟର ଆହ୍ବାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସମନ୍ବୟ ସମିତିର ବୈଠକରେ ପ୍ରତିନିଧିମାନେ ବିଶେଷ ଆଲୋଚନା କରି ଏହାକୁ ବରଗଡ଼ ଜିଲ୍ଲାରେ ପୂର୍ଣ୍ଣ ସମର୍ଥନ କରିବା ସହ ବରଗଡ଼ ଜିଲ୍ଲା ସଂପୂର୍ଣ୍ଣ ରୂପେ ବନ୍ଦ୍ ରହିବ ବୋଲି ନିଷ୍ପତ୍ତି ଗ୍ରହଣ କରାଥିଲେ । ବୈଠକରେ ବିଦ୍ୟୁତ କର୍ମଚାରୀ ସଂଘର ଅତିଶ କୁମାର ପଣ୍ଡା, ବୀମା କର୍ମଚାରୀ ସଂଘ, ପୋଷ୍ଟାଲ କର୍ମଚାରୀ ସଂଘ, ଏଆଇଟିୟୁସି, ଏଆଇଏନଟିୟୁସି, ଓଶ୍ରୁର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.