ଓଡ଼ିଶା କ୍ରିକେଟ ଆସୋସିଏସନର ବୈଷୟିକ କମିଟିର ବରଗଡ଼ ଜିଲ୍ଲା ଗସ୍ତ : ବୁଲି ଦେଖିଲେ ଚାରୋଟି ପଡିଆ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଓଡିଶା କ୍ରିକେଟ ଆସୋସିଏସନ୍‌ର ବୈଷୟିକ କମିଟି ବରଗଡ଼ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କ୍ରିକେଟର ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିଥିଲେ ଏବଂ ଏଠାକାର ବ୍ୟବସ୍ଥାରେ ସନ୍ତୋଷ ପ୍ରକାଶ କରିବା ସହ ଚାରୋଟି ପଡିଆ ବୁଲି ଦେଖିଥିଲେ । ଗତକାଲି ଏହି କମିଟି ବରିଷ୍ଠ ସଦସ୍ୟ ଧୀରେନ ପଲାଇଙ୍କ ନେତୃତ୍ୱରେ ନୂଆପଡା ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମ ସାରି ବରଗଡ଼ ଠାରେ ପହଂଚି ହୋଟେଲ ଗଣପତି ଠାରେ ଅବସ୍ଥାନ କରିଥଲେ । ଆଜି ସକାଳେ କମିଟିର ସମସ୍ତ ସଦସ୍ୟ ପ୍ରଥମେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ହେବାକୁ ଥିବା ପ୍ରାକ୍‌ଟିସ ଟର୍ଫ ଉଇକେଟ ସ୍ଥାନ ବୁଲି ଦେଖିବା ସହ ଏଠାରେ ଖୁବ ଶୀଘ୍ର ଏହି କାର୍ୟ୍ୟ ଆରମ୍ଭ କରାଯିବା ଉପରେ ଆଲୋଚନା କରିଥିଲେ । ପରେ ଆଉ ଗୋଟିଏ ପଡିଆ ଉପରେ ଆଲୋଚନା ହୋଇଥିଲେ ଯେଉଁଠି କ୍ରିକେଟର ଏକ ପୂର୍ଣ୍ଣାଙ୍ଗ ଜିଲ୍ଲା ସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ତା ଉପରେ ଆଲୋଚନା ହୋଇଥିଲା । ପରବର୍ତୀ ସମୟରେ ଜିଲ୍ଲାରେ ପ୍ରସ୍ତାବିତ କ୍ରିକେଟ ଏକାଡେମୀ ପାଇଁ ବଛା ଯାଇଥିବା ଅନ୍ୟ ଏକ ପଡିଆକୁ ମଧ୍ୟ ଏହି କମିଟି ବୁଲି ଦେଖିଥିଲେ । ପରେ ପରେ କମିଟିର ସଦସ୍ୟମାନେ ବିକାଶ ପଡିଆକୁ ଯାଇ ସେଠାରେ ନିର୍ମାଣାଧୀନ ଆଉ ଏକ ପଡିଆ ସହ ବିସିସିଆଇ ମ୍ୟାଚ ହେଉଥିବା ପଡିଆ ବୁଲି ଦେଖିଥିଲେ ଓ କର୍ମକର୍ତାମାନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ଜିଲ୍ଲାରେ ନିଶ୍ଚିତ ଭାବରେ ଆଉ ଏକ ଟର୍ଫ ଉଇକେଟ ଥିବା ପଡିଆ ନିର୍ମାଣ କରିବା ସହ ଜିଲ୍ଳାର ଏକ କ୍ରିକେଟ ଏକାଡେମୀ ଯଥାଶୀଘ୍ର ପ୍ରତିଷ୍ଠା କରାଯିବାକୁ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରକାଶ ଥାଉକି ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ସମ୍ପାଦକ ସଞ୍ଜୟ ବେହେରା ତୃଣମୂଳ ସ୍ତରରୁ କ୍ରିକେଟର ଉନ୍ନତି ପାଇଁ ସବୁ ଜିଲ୍ଳାରେ କ୍ରିକେଟ ଖେଳାଳୀ ମାନଙ୍କ ପାଇଁ ଟର୍ଫ ଉଇକେଟ ଥିବା ଦୁଇଟି ପଡିଆ ବ୍ୟବସ୍ଥା କରିବା ସହ ଜିଲ୍ଲା ସ୍ତରରୁ ହିଁ କ୍ରିକେଟର ଉନ୍ନତି ସହ ଖେଳରେ ବିକେନ୍ଦ୍ରୀକରଣ ସହ ସମସ୍ତ ଖେଳାଳୀ ଶାରୀରିକ ଓ ମାନସିକ ସ୍ତରରେ କିଭଳି ଉନ୍ନତ ହେବେ ତା ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି । ଏହି କ୍ରମରେ ଏହି ବୈଷୟିକ କମିଟି ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲାର କର୍ମକର୍ତାମାନଙ୍କ ସହ ଆଲୋଚନା କରିବା ସହ ପଡିଆମାନ ବୁଲି ଦେଖିଛନ୍ତି ।ଏହି କମିଟିରେ ବରିଷ୍ଠ ସଦସ୍ୟ ଦେବାଶିଷ ପାଢ଼ୀ, ଡାନିଏଲ ରାଉତ, ଓସିଏ ଗ୍ରାଉଣ୍ଡସମେନ ହୃଷିକେଶ ସିଂ (କେଶବ) ଓସିଏ ପଡିଆ ନିର୍ମାଣ କାର୍ୟ୍ୟ ହାତକୁ ନେଇଥିବା ଇଂଜିନିୟରି କ୍ରିଏସନର ପର୍ୟ୍ୟବେକ୍ଷକ ଭାଇରନ ବର୍ମା, ଇଂଜିନିୟର ମାଧବ ନାୟକ ଓ ପିଣ୍ଟୁ ବେହେରା ସାମିଲ ଥିଲେ।ଜିଲ୍ଲା କ୍ରିକେଟ ଏସୋସିଏସନ ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ପଣ୍ଡା, ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ବରିଷ୍ଠ ସଦସ୍ୟ ପ୍ରଦୀପ ନନ୍ଦ, ଚନ୍ଦ୍ର ଶେଖର ପ୍ରଧାନ, ଶୌର୍ୟ୍ୟ ରଞ୍ଜନ ରାୟ ଏବଂ ବିକାଶ ପଡିଆରେ ଖେଳ ଶିକ୍ଷକ ପୀତାମ୍ବର ପ୍ରଧାନ ଓ ଗ୍ରୁଣ୍ଡସମ୍ୟାନ ପିଣ୍ଟୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।ଏହି ବୈଷୟିକ କମିଟି ଓସିଏ ସମ୍ପାଦକଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଓ ନୀତିଗତ ନିଷ୍ପତ୍ତି ପରେ କାର୍ୟ୍ୟଗୁଡିକ ଆରମ୍ଭ ହେବ ବୋଲିି ଜଣାାପଡ଼ିଛି ।

Leave A Reply

Your email address will not be published.