csstore

୧୯୯୨ ମାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ଵର ଶୈବପୀଠ ପ୍ରାଙ୍ଗଣରେ ସୁବଳୟା ଗୋପାଳକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୯୨ ମାଟ୍ରିକ ବ୍ୟାଚ୍‌ର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନୋଜ କୁମାର ପ୍ରଧାନଙ୍କ ତତ୍ୱାବଧାନ ଏବଂ ରୋହିତ କୁମାର ସାହୁଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ଭାବ ଆଦାନ ପ୍ରଦାନ କରିବା ସହ ପାଠ ପଢ଼ା ସମୟର ପୁରୁଣା ସୃତିକୁ ସାଉଣ୍ଟି ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ । ସୁଜ୍ଞାନୀ, କାଞ୍ଚନ, ଚିତ୍ତରଞ୍ଜନ, ସୁଦାମ, ଭକ୍ତି, ଗୀତା, ଟୁନା, ସଦାଶିବ, ଲଛମନ ମୀନତି, ଦୀପ୍ତି, ସତ୍ୟ, ବୃନ୍ଦାବାନ, ପ୍ରଜ୍ଞା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.