ls

କଣ୍ଟାବାଞ୍ଜି ରେଲୱେ ଜାଗାରୁ ବିସ୍ଥାପିତ ଲୋକଙ୍କୁ ପ୍ରଶାସନର ଥଇଥାନକୁ ବିରୋଧ କରି ତହସିଲର ଦ୍ୱାରସ୍ଥ ହେଲେ ଦାବରୀ ଗ୍ରାମବାସୀ

a12

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଜାଗାରୁ ବିସ୍ଥାପିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଦାବରୀ ଗ୍ରାମର ଗୋଚର ଜମିରେ ଥଇଥାନକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଆଜି ଏ ନେଇ କଣ୍ଟାବାଞ୍ଜି ତହସିଲର ଦ୍ୱାରସ୍ଥ ହୋଇ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ ଗୋଚର ଭୂମିକୁ ଗ୍ରାମର ମଶାଣି ଓ ଗୋଚର ଭୂମି ଭାବରେ ବ୍ୟବହାର କରୁଛନ୍ତି । ଉକ୍ତ ସ୍ଥାନକୁ ପରିବର୍ତ୍ତନ କରି ଅନ୍ୟତ୍ର ବ୍ୟବସ୍ଥା କରିବା ପାଇଁ ସେମାନେ ଦାବୀ କରିଛନ୍ତି । କେବଳ ଦାବରୀ ଗ୍ରାମର ଭୂମିହୀନ ଲୋକଙ୍କୁ ଗୋଚର ଜମି ଦେବା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ । ଏ ନେଇ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ପଦକ୍ଷେପ ନ ନେଲେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

manabhanjan
Leave A Reply

Your email address will not be published.