om academy

ସାଇ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ଶିଶୁ ଖାଦ୍ୟ ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ନୁଆପଡା, (ନିରାକାର ମେହେର) : ସାଇ ଟ୍ରଷ୍ଟ ଓଡ଼ିଶା ଶିଶୁ ଖାଦ୍ୟ ପ୍ରକଳ୍ପ ତରଫରୁ ନୁଆପଡା ଜିଲ୍ଲା ଖଡ଼ିଆଳଠାରେ ଜିଲ୍ଲା କାର୍ଯ୍ୟାଳୟର ଉଦ୍‌ଘାଟନ ସହ ତିଖାଲିରେ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଇ ଟ୍ରଷ୍ଟ ଅଧକ୍ଷ ତଥା ପ୍ରତିଷ୍ଠାତା ଏମ୍‌ଡ଼ି ମହୋଦୟ ଦୀପକ୍ କୁମାର ବରାଡ୍, ମୁଖ୍ୟ କାର୍ଯ୍ୟକର୍ତ୍ତା ଅଧିକାରୀ ବଲ୍ଲଭ ପ୍ରଧାନ, ରାଜ୍ୟ ସଚିବ କମିଟି ତପନ କୁମାର ପ୍ରଧାନ, ରାଜ୍ୟ ସଂଯୋଜକ ଦିଲ୍ଲିପ୍ କୁମାର ବେହେରା ଏବଂ ମୁଖ୍ୟ କାର୍ଯ୍ୟାଳୟର ଅନନ୍ୟା ବରିଷ୍ଠ କର୍ମକର୍ତ୍ତା ଓ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ନୁଆପଡା ଜିଲ୍ଲାର ଜିଲ୍ଲା ସଂଯୋଜକ ଦୀପକ୍ ଚଳାନ୍‌ ଏବଂ ୫ଟି ବ୍ଲକର ବ୍ଲକ ସଂଯୋଜକ ଉଦିତ ନିଆଳ, ନିଲେଶ ବେହେରା, ନିର୍ମଳ ବାଗ, ତୁଳସୀ ବାଗ, ଧର୍ମୁ ନାଏକ ସମେତ୧୩୧ଟି ପଞ୍ଚାୟତର ପଞ୍ଚାୟତ ସଂଯୋଜକ ମହିଳାମାନେ ଯୋଗ ଦେଇଥିଲେ । ସମାରୋହରେ ନୁଆପଡା ଜିଲ୍ଲାରେ ଥିବା ୨୧୦୦୦ ଶିଶୁ ଏବଂ ୫୦୦୦ ଗର୍ଭବତୀ ମହିଳାଙ୍କୁ କିପରି ଭାବରେ ଉନ୍ନତ ପୋଷଣ ଜାତୀୟ ଖାଦ୍ୟ ବଣ୍ଟନ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଖୁବ୍ ଶୀଘ୍ର ଖାଦ୍ୟ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ ହେବ ବୋଲି ସିଏଡ଼ି ମହୋଦୟ ପ୍ରତିଶୃତି ଦେଇଥିଲେ । ଏଥି ସହିତ ନୁଆପଡା ଜିଲ୍ଲାରେ କିଛି ପାଇଖାନା, ଘର ଏବଂ ଗୋଟିଏ ଚିକିତ୍ସାଳୟ ମଧ୍ୟ ତିଆରି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.

13 − seven =