om academy

ଶତ ପ୍ରତିଶତ କୋଭିଡ-୧୯ ଟୀକା ନିଶ୍ଚିତ କରିବା ପାଇଁ କାର୍ଯ୍ୟକ୍ରମ ଶୁଭାରମ୍ଭ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୋଡେନଠାରେ ଶତପ୍ରତିଶତ କୋଭିଡ଼-୧୯ ଟୀକା ନିଶ୍ଚିତ କରିବା ପାଇଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୋଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ସଂଜୀବ କୁମାର ନାୟକ, ବୋଡେନ ଡିଗ୍ରୀ କଲେଜ ପୂର୍ବତନ ଅଧକ୍ଷ କିଶୋର କୁମାର କର୍ଣ୍ଣ, ସ୍ୱାସ୍ଥ୍ୟ ବିଭାଗ ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ଅକ୍ଷୟ କୁମାର ମିଶ୍ର, ୟାର ସ୍ୱେଚ୍ଛା ସେବୀ ସଂଗଠନର ସଭାପତି ମହେନ୍ଦ୍ର କୁମାର ଯୋଶୀ, ସମ୍ପାଦକ ହରି ଦାସ ପଟେଲ ବରିଷ୍ଟ କର୍ମକର୍ତା ଅରୁଣ ବିଶ୍ୱାଳ ସମସ୍ତ ଟୀକା ସାଥୀ, ସୁପରଭାଇଜର, ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହିଥିବା ବେଳେ କୋଭିଡ଼-୧୯ ଟୀକାକରଣ କିପରି ଶତ ପ୍ରତିଶତ ହୋଇ ପାରିବ ସେହି ବିଷୟରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଶ୍ରୀ ଭୋଇ ସବୁଜ ପତାକା ଦେଖାଇ ସଚେତନତା ରଥକୁ ପ୍ରଚାର ପ୍ରସାର ନିମନ୍ତେ ଉଦ୍‌ଘାଟିତ କରିଥିଲେ ।

Leave A Reply

Your email address will not be published.

14 − 10 =