ସୁବର୍ଣ୍ଣପୁର ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଅଧ୍ୟକ୍ଷତା କରିଥିଲେ । ସଦସ୍ୟ ସଚିବ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଖାଉଟି ସୁରକ୍ଷା ପରିଷଦର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ବିଭିନ୍ନ ଖାଉଟି ଅଧିକାର ସମ୍ବଦ୍ଧରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଖାଉଟି ବିବାଦ ଓ ପ୍ରତିକାର ଆୟୋଗ ଅଧ୍ୟକ୍ଷ, ଉପାନନ୍ଦ ପୁରୋହିତ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ରାଜ୍ୟ ଖାଉଟି ଫେଡେରେସନ ପ୍ରତିନିଧି ଗୌରୀଶ୍ୟାମ ପଣ୍ଡା ପ୍ରମୁଖ ଖାଉଟି ଆଇନ ଓ ଅଧିକାର ବିଷୟରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଏଡିପିଏଚ୍‌ଓ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସ୍ତରୀୟ ସମ୍ପୃକ୍ତ ଅଧିକାରୀ ଓ ଅନ୍ୟାନ୍ୟ ବ୍ଲକ, ସହରାଞ୍ଚଳ ଅଧ୍ୟକ୍ଷ/ଅଧ୍ୟକ୍ଷା ବୃନ୍ଦ ଏହି ସମ୍ମିଳନୀରେ ଯୋଗଦେଇ ଖାଉଟି ଅଧିକାର ଓ ଆଇନ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ଖାଉଟି ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନାରେ ଅଂଶଗ୍ରହଣ କରିଥିଲେ । ଆମ ଜିଲ୍ଲାରେ ବିଶେଷ ଭାବେ ନକଲି ସାର, କୀଟନାଶକ ଔଷଧ, ମଞ୍ଜି, ଲଟାମରା (ଘାସ) ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ପ୍ରଭାବିତ କରୁଛି । ତେଣୁ ଏହି ଆଇନ ମାଧ୍ୟମରେ ଏହାର ସୁରକ୍ଷା ପାଇଁ ସମସ୍ତେ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

fifteen − thirteen =