csstore

ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ଅନ୍ତର୍ଗତ କୋଇଲା ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମ

  • ରକ୍ତଦାନ ଶିବିରର ଆୟୋଜନ

ନୂଆଦିଲ୍ଲୀ, (ପିଆଇବି) : କୋଇଲା ମନ୍ତ୍ରଣାଳୟ ୨ ଅକ୍ଟୋବର ୨୦୨୨ ଠାରୁ ୩୧ ଅକ୍ଟୋବର ୨୦୨୨ ପର୍ୟ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ୨.୦ ର ସକ୍ରିୟ ଭାବରେ ଆୟୋଜନ କରୁଛି । ଅଭିଯାନ ସମୟରେ, ଏହାର ତଦାରଖ ଓ କାର୍ୟ୍ୟକାରିତା ପାଇଁ ମନ୍ତ୍ରଣାଳୟ/ ବିଭାଗଗୁଡ଼ିକ ବ୍ୟତୀତ କ୍ଷେତ୍ରୀୟ କାର୍ୟ୍ୟାଳୟ ଉପରେ ବିଶେଷ ଧ୍ୟାନ ପ୍ରଦାନ କରାଯାଉଛି ।
ସାରା ଦେଶରେ କୋଇଲା କ୍ଷେତ୍ରରେ ସଫେଇ ଅଭିଯାନ କରାଯାଉଛି । ବିଶେଷ ଅଭିଯାନ ଅନ୍ତର୍ଗତ ଏବେ ସୁଦ୍ଧା ୧୯୪୯୨୨୪ ବର୍ଗ ଫୁଟରୁ ଅଧିକ ସ୍ଥାନରେ ସଫେଇ କରାଯାଇ ସାରିଛି ଏବଂ ୩୬୪୪.୩୪ ମେଟ୍ରିକ୍ ଟନ୍ ସ୍କ୍ରାପର ନିଷ୍କାସନ କରାଯାଇଛି, ଯଦ୍ବାରା ୧୮.୫୪୬ କୋଟି ଟଙ୍କାର ରାଜସ୍ବ ମିଳିଛି। ସ୍କ୍ରାପ୍ ଏବଂ ଆବର୍ଜନା ସଫେଇରୁ ମୁକ୍ତ ଜାଗାକୁ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ଯଥା ଅତିରିକ୍ତ ପାର୍କିଂ ସ୍ଥଳ, କାର୍ୟ୍ୟାଳୟରେ ବସିବାର ବ୍ୟବସ୍ଥା, ଭଣ୍ଡାରଣ, ବଗିଚା କାର୍ୟ୍ୟ, ସୌନ୍ଦର୍ୟ୍ୟକରଣ ଆଦି ପାଇଁ ବ୍ୟବହାର କରାଯାଉଛି ।
ଏହି ଅଭିଯାନ କାର୍ୟ୍ୟାଳୟ ଓ କଲୋନୀରେ କେବଳ ବହୁତ ଉତ୍ସାହ ସୃଷ୍ଟି କରୁ ନାହିଁ ବରଂ ଏହା ସହିତ କର୍ମଚାରୀମାନଙ୍କର କାର୍ୟ୍ୟ ସଂସ୍କୃତିକୁ ସକାରାତ୍ମକ ଭାବରେ ମଧ୍ୟ ପ୍ରଭାବିତ କରୁଛି ।
କୋଇଲା ମନ୍ତ୍ରଣାଳୟ ଦ୍ବାରା ୨୮.୧୦.୨୦୨୨ ରେ ଶାସ୍ତ୍ରୀ ଭବନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି, ଯେଉଁଥିରେ ବହୁ ସଂଖ୍ୟାରେ କର୍ମଚାରୀମାନେ ରକ୍ତଦାନ କରିଛନ୍ତି ।

jayashree
Leave A Reply

Your email address will not be published.