କଅଁସର ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି : କାମ କଲେ ଶ୍ରମିକ, ପାଉଣା ନାହିଁ : ଶ୍ରମିକ କାଙ୍ଗାଲ୍‌, ବାବୁ ମାଲେମାଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ଯୋଜନାରେ ଶ୍ରମିକମାନେ ୧୦୦ ଦିନ କାମ କଲା ପରେ ଶ୍ରମିକଙ୍କୁ ତାଙ୍କ କାମ କଲା ପାଉଣା ମିଳିବା କଥା । ହେଲେ କାମ କରି ୬ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ପାଉଣା ମିଳିନ ଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅଁସର ପଞ୍ଚାୟତର ଭେଜିପଦର ଗ୍ରାମରେ । କରୋନା ମହାମାରୀ ସମୟରେ ଗରିବ ଲୋକଙ୍କୁ କାମ କରାଇ ପାଉଣା ଦିଆ ଯାଇନାହିଁ । ହରିଲୁଟ କରାଯାଉଛି ସେମାନଙ୍କ ଟଙ୍କା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । । ଖରା ତମାମ ଟାଣ ଖରାରେ ମନରେଗା ଯୋଜନାରେ ଶ୍ରମିକଙ୍କୁ ଲଗାଇ କାମ କରାଯାଇ ଥିଲେ ମଧ୍ୟ ଭେଜିପଦର ଗ୍ରାମର ଅନେକ ଲୋକଙ୍କ ଟଙ୍କା ପଡି ନଥିବା ଅଭିଯୋଗ ହୋଇଛି । ଏଥିରେ ୨୫୦ ଜଣ ଶ୍ରମିକ କାମ କରିଥିଲେ । କିଛି ଲୋକ ଟଙ୍କା ପାଇଥିବା ବେଳେ ଲେ । ଲୋକ ପାଇ ନଥିବା ମଧ୍ୟ ଜଣାପଡିଛି । ଅନେକ ଗରିବ ଶ୍ରେଣୀର ଲୋକମାନେ କାମ କରିଥିଲେ ଏହି ଯୋଜନାରେ, ଟଙ୍କା କାହିଁକି ମିଳୁନି ବୋଲି ବିଭାଗୀୟ କର୍ମଚାରୀଙ୍କୁ ପଚାରିଲେ ସନ୍ତୋଷଜନକ ଉତ୍ତର ଦେଉ ନଥିବା ବେଳେ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଏହି ପଞ୍ଚାୟତରେ ଶ୍ରମିକ କାମ ନ କରୁଥିବା ବ୍ୟକ୍ତିଙ୍କ ପାସବୁକକୁ କେମିତି ଟଙ୍କା ଯାଉଛି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟ ପକ୍ଷରେ ୩.୧.୨୦୨୦ରେ ମାଉଳିଗୁଡି ରାସ୍ତା ଠାରୁ ତେଲନଦୀ ପର୍ୟ୍ୟନ୍ତ ପ୍ରକଳ୍ପ ଅଟକଳ ପରିମାଣ ୧୦ଲକ୍ଷ ଟଙ୍କା ହେଇଥିବା ବେଳେ ୨ଲକ୍ଷ ଟଙ୍କାର ମାଟି କାମ ହୋଇ ଥିବାସାଧାରଣରେ ଆଲୋଚନା ହେଉଛି । ତେବେ ଏହି ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । କାମ କରି ଶ୍ରମିକମାନଙ୍କୁ ଟଙ୍କା ମିଳୁନ ଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏଇଠି ଶ୍ରମିକ କାଙ୍ଗାଲ୍‌ ବାବୁ ମାଲେମାଲ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏହି ପଞ୍ଚାୟତରେ ମନରେଗା ଯୋଜନାରେ ନାହିଁ ନଥିବା ଦୁର୍ନୀତି ହେଉଥିବା ବେଳେ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । ଏନେଇ କଅଁସର ପଞ୍ଚାୟତ ଜିଆରଏସ ସରୋଜ ସାହୁଙ୍କୁ ପଚାରିବାରୁ ଅନେକ ଶ୍ରମିକମାନଙ୍କ ଟଙ୍କା ରହିଯାଇଛି । କିଛି ଦିନ ମଧ୍ୟରେ ତାହା ତାଙ୍କ ପାସବୁକରେ ପକାଇ ଦିଆଯିବ ଓ ଶ୍ରମିକମାନେ କାମ ନ କରି ତାଙ୍କ ଖାତାରେ ଟଙ୍କା ପଡିଥିବା କଥାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି।ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତଦନ୍ତ କରିବାକୁ ସାଧାରଣ ରେ ଦାବୀ ହେଉଛି।

Leave A Reply

Your email address will not be published.