ପରଲୋକରେ ଅବସରପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ପାଣିଗ୍ରାହୀ

ବଙ୍ଗୋମୁଣ୍ଡା, (ଦୀପକ କୁମାର ପାଣିଗ୍ରାହୀ) : ବଙ୍ଗୋମୁଣ୍ଡା ସଦର ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ପାଣିଗ୍ରାହୀଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ତାଙ୍କ ଶିକ୍ଷକତା ଜୀବନ ତୁରେକେଲା ବ୍ଲକ ଯାମୁଟଝୁଲା ଗ୍ରାମରୁ ଆରମ୍ଭ କରି ବଙ୍ଗୋମୁଣ୍ଡା ବ୍ଲକ ବରୋବହାଲ ଗ୍ରାମ ବିଦ୍ୟାଳୟରେ ଚାକିରୀ ଜୀବନରୁ ଅବସର ନେଇଥିଲେ । ସେ ଏକାଧାରରେ ଶିକ୍ଷକ, ଜ୍ୟୋତିର୍ବିଦ ଓ ବ୍ରାହ୍ମଣ ସମାଜର ସମ୍ପାଦକ ଦାୟିତ୍ୱରେ ଦୀର୍ଘ ବର୍ଷ ଦାୟିତ୍ୱ ସମ୍ପାଦନ କରିଥିଲେ । ପରେ ବାର୍ଦ୍ଧକ୍ୟ ଯୋଗୁଁ ସମସ୍ତ ବାହ୍ୟକାର୍ୟ୍ୟରୁ ଅବସର ନେଇ ପୁଅବୋହୂ, ନାତିନାତୁଣୀଙ୍କ ସହ ସମୟ କାଟୁଥିଲେ । ତାଙ୍କ ଦେହାନ୍ତ ସମୟରେ ଦୁଇପୁଅ ବୁଲୁ ଓ ଅରୁଣ, ପୁତ୍ରବଧୂ ପୁଷ୍ପାଞ୍ଜଳି, କନକ, ଅଞ୍ଜଳି, ନଳିନୀ, ନାତି ସାମ୍ବାଦିକ ଦୀପକ ପାଣିଗ୍ରାହୀ, ପ୍ରମୋଦ ସହ ତାଙ୍କ ସପରିବାର ଉପସ୍ଥିତ ଥିଲେ । ଗ୍ରାମ୍ୟ ଶ୍ମାଶନରେ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମାପନ କରାଯାଇଥିଲା । ତାଙ୍କ ପୁତ୍ର ବୁଲୁ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ । ତାଙ୍କ ଦେହାନ୍ତ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ପରିବାରକୁ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.