ଉଦ୍ୟାନ କୃଷିର ବିହନ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁସାରେ ସହକାରୀ ଉଦ୍ୟାନ କୃଷି ବିଭାଗ ତରଫରୁ ଚାଷୀମାନଙ୍କୁ ପନିପରିବା ମଂଜି ବିତରଣ କରାଯାଇଛି । ପ୍ରଥମ ପର୍ୟ୍ୟାୟ ଝାରବନ୍ଧ ଗ୍ରାମ ପଞ୍ଚାୟତରୁ ଶୁଭାରମ୍ଭ କରାଯାଇଥିଲା । ସରପଞ୍ଚ ଶ୍ରୀମତୀ ଧନମତୀ ପାଣ୍ତେ, ଉଦ୍ୟାନ ବିଭାଗରୁ ସନ୍ତୋଷ ନାୟକ ଚାଷୀମାନଙ୍କୁ ମାଗଣାରେ ବିଭିନ୍ନ ପନିପରିବା ମଂଜି ଥିବା କିଟ ବଣ୍ଟନ କରିଥିଲେ । ଚାଷ ସମୟରେ କରୋନା ଭୂତାଣୁର ପ୍ରଭାବ ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ତେଣୁ ଚାଷୀମାନଙ୍କର ଆର୍ଥିକ ସହାୟତା ପୁରଣ ପାଇଁ ସରକାର ମାଗଣାରେ ବିହନ ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ପନିପରିବାର ବହୁତ ଆବଶ୍ୟକତା ରହିଛି । ପନିପରିବା ଅଭାବ ଥିବାରୁ ଦୂରଦୂରାନ୍ତରୁ ଆଣି ମାତ୍ରାଧିକ ଦାମରେ ବିକ୍ରି କରାଯାଉଛି । ଅତ୍ୟଧିକ ଦରଦାମରେ କିଣିବା ପାଇଁ ଖାଉଟୀ ପାଖରେ ଅର୍ଥ ନାହିଁ । ବରଂ ଅତ୍ୟଧିକ ଚାଷ କଲେ ଦରଦାମ ବୃଦ୍ଧିରେ ରୋକ ଲଗାଇ ନିଜେ ସ୍ବାବଲମ୍ବୀ ହୋଇପାରିବେ ଚାଷୀ ବୋଲି ଆଶା କରାଯାଇଛି ।

Leave A Reply

Your email address will not be published.