jsm

ଗନ୍ଧରେଲରେ ୫ ଫୁଟିଆ ନାଗ ସାପ ଆତଙ୍କ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗନ୍ଧରେଲ ଗ୍ରାମରେ ବିଷଧର ନାଗ ସାପର ଆତଙ୍କ ଦେଖିବାକୁ ମିଳିଛି । ପ୍ରାୟ ୫ ଫୁଟ ଲମ୍ବର ଏକ ନାଗ ସାପ ଘର ପରିସରକୁ ପଶି ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିଲା । ସାପଟିର ଦଂଶନରେ ଜଣେ ବ୍ୟକ୍ତିଙ୍କ ୭ଟି କୁକୁଡ଼ା ମରିଯାଇଥିବା ସୂଚନା ମିଳିଛି । ଏହାପରେ ସ୍ଥାନୀୟ ଲୋକେ ବଲାଙ୍ଗିରର ପ୍ରସିଦ୍ଧ ସାପ ଉଦ୍ଧାରକାରୀ ସୁରୁ ତାଣ୍ଡିଙ୍କୁ ଖବର ଦେଇଥିଲେ । ଖବର ପାଇ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅତ୍ୟନ୍ତ ସତର୍କତାର ସହ ପ୍ରାୟ ୫ ଫୁଟ ଲମ୍ବର ବିଷଧର ନାଗ ସାପକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା । ବର୍ଷା ଋତୁରେ ଗର୍ତ୍ତରେ ପାଣି ପଶିବା, ଖାଦ୍ୟର ଅଭାବ ଏବଂ ପ୍ରାକୃତିକ ବାସସ୍ଥାନରେ ପରିବର୍ତ୍ତନ ଯୋଗୁଁ ସାପମାନେ ଲୋକବସତି ମୁହାଁ ହେଉଥିବା ଦେଖାଯାଉଛି । ତେଣୁ ସାପ ଦେଖିଲେ ଭୟଭୀତ ନହୋଇ କିମ୍ବା ତାକୁ ମାରିବାକୁ ଚେଷ୍ଟା ନକରି, ତୁରନ୍ତ ସାପ ଉଦ୍ଧାରକାରୀ କିମ୍ବା ବନ ବିଭାଗକୁ ସୂଚନା ଦେବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

yuvodaya
Leave A Reply

Your email address will not be published.