
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାର ଲୋକଙ୍କ ଘରକୁ ଘର ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରତିଶୃତି ବଦ୍ଧ ହୋଇଥିବାବେଳେ ବହୁ ସଂଖ୍ୟାରେ ସଫଳ ରୂପାୟନ ହୋଇଛି । ଦୁଃଖର ବିଷୟ ଯେ, ଗତ କାଲି ରାତିରେ କୁଶକେଲା ପଞ୍ଚାୟତ ଅନ୍ତର୍ଗତ ଲିମପଡା ଗ୍ରାମରେ ପ୍ରାୟ ୧୫ଟି ପିଇବା ପାଣି ଟେପ ଏଲଭୋ ସହିତ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ତେବେ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦ ଏହି ଅସୁବିଧା ଜଣାଇବା ସହ ପୋଲିସ ପ୍ରଶାସନକୁ ଏଥି ନିମନ୍ତେ ଦୃଷ୍ଟି ଦେଇ ଏଭଳି କାମ ଯିଏ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସେହିପରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଟେପ ଲଗାଇବାକୁ ଅନୁରୋଧ କରିଛନ୍ତି । କିଛି ଦିନ ପୂର୍ବରୁ ନଳକୂଅ ଚୋରି କରିଥିବା ଅଭିଯୁକ୍ତଙ୍କୁ ଟିଟିଲାଗଡ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା, ତେବେ ଏହି ଘଟଣାରେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବା ସହ ଉଚିତ ଦଣ୍ଡ ବିଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

