
ଗଞ୍ଜାମ, (କେପିଏନ୍ଏସ୍) : ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ବିଭ୍ରାଟ ସାଙ୍ଗକୁ ପାଠ୍ୟ ପୁସ୍ତକରେ ବ୍ୟାପକ ତୃଟିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିବା ସହ ଗଣ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଗଞ୍ଜାମ ବିଜୁ ଜନତା ଦଳ । ଗଞ୍ଜାମ ଜିଲ୍ଲାର ବିଜୁ ଜନତା ଦଳ, ଯୁବ ଓ ଛାତ୍ର ବିଜୁ ଜନତାଦଳର ଶତାଧିକ କର୍ମୀ ଓ ନେତା ଏକ ବିଶାଳ ବିକ୍ଷୋଭ ସମାବେଶରେ ବାହାରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ତଥା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସଭାପତି, ବହୁ ପୂର୍ବତନ ବିଧାୟକ, ସାଂସଦ, ମେୟର, ଡେପୁଟି ମେୟର, କର୍ପୋରେଟର ଗଣ, ସରପଞ୍ଚ ବୃନ୍ଦ ଉପସ୍ଥିତ ଥିଲେ ।

