ସଦଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୬ତମ ଜନ୍ମୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ବରେଣ୍ୟ ଆଧ୍ୟାତ୍ମିକ ଗୁରୁ ତଥା ସନ୍ଥ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୬ତମ ଜନ୍ମ ମହୋତ୍ସବ ସ୍ଥାନୀୟ ଆର୍ଟ ଅଫ୍ ଲିଭିଂ ପରିବାର ଦ୍ଵାରା ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁଦେବଙ୍କ ଜନ୍ମୋତ୍ସବ ପାଳନ ଉପଲକ୍ଷେ ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆର୍ଟ ଅଫ୍ ଲିଭିଂ ପରିବାର ଦ୍ଵାରା ପ୍ରୟୋଜିତ ହୋଇଯାଇଛି । ସକାଳେ ସେକ୍ଟର ୧ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିସରରେ ସୁଦର୍ଶନ କ୍ରିୟା କାର୍ଯ୍ୟକ୍ରମରେ ଶତାଧିକ ସାଧକ ଅଂଶଗ୍ରହଣ କରିଥିଲେ । ଦିନବେଳା ସେକ୍ଟର ୨ ଛକରେ ପଣା ବଣ୍ଟନ ଓ ଛେଣ୍ଡ ଠାରେ ତରଭୁଜ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ସ୍ଥାନୀୟ ସିଭିକ ସେଣ୍ଟରଠାରେ ସାମୁହିକ ଗୁରୁପୂଜନ ତଥା ‘ସୁମେରୁ ସନ୍ଧ୍ୟା’ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଆର୍ଟ ଅଫ୍ ଲିଭିଂ ସୁମେରୁ ସନ୍ଧ୍ୟା ଗାୟିକା ତନ୍ମୟୀ ମିଶ୍ରଙ୍କ ଭଜନ ସମୂହକୁ ଦର୍ଶକ ମଣ୍ଡଳୀ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରିଥିଲେ । ସିଭିକ ସେଣ୍ଟର ସଭାଗୃହ ଦର୍ଶକମାନଙ୍କ ଦ୍ୱାରା ପୁରି ଉଠିଥିଲା ଏବଂ ଭଜନର ତାଳେ ତାଳେ ଦର୍ଶକ ମଣ୍ଡଳୀ ନୃତ୍ୟରତ ହେଉଥିବା ଦେଖିବାକୁ ମିଳିଥିଲା । ଗୁରୁଦେବଙ୍କ ଜନ୍ମ ମହୋତ୍ସବ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ଧ୍ୟାନ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ରାଉରକେଲା କ୍ଲବଠାରେ ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷକ ବେରିନ୍ଦର ସିଂହ ସହୋଟାଙ୍କ ମାର୍ଗଦର୍ଶନରେ ଜାରି ରହିଛି । ପ୍ରକାଶଯୋଗ୍ୟ ଯେ, ଦୀର୍ଘ ଦୁଇ ବର୍ଷର ଲକ୍ ଡାଉନ ପରେ ଏହି ଜନ୍ମୋତ୍ସବ କାର୍ଯ୍ୟକ୍ରମ ସମଗ୍ର ବିଶ୍ୱର ୧୯୦ରୁ ଅଧିକ ଦେଶର ପୁରପଲ୍ଲୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଦ୍ଵାରା ବିପୁଳ ଉତ୍ସାହର ସହ ପାଳିତ ହୋଇଯାଇଛି ।

Leave A Reply

Your email address will not be published.

fourteen − five =

error: Content is protected !!