ମା’ ତାରାତାରିଣୀଙ୍କ ମନ୍ଦିର ପୁନଃ-ପ୍ରତିଷ୍ଠା ମହୋତ୍ସବରେ ଯୋଗଦେବେ ନବୀନ !

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ପ୍ରତିଷ୍ଠିତ ଶକ୍ତିପୀଠ ଯାହାକି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ବିଶ୍ୱବନ୍ଦନୀୟା ମା’ ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ମନ୍ଦିର, ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଅନୁଷ୍ଠିତ ହେଉଅଛି । ପ୍ରତିଷ୍ଠା ଉତ୍ସବ, ଧର୍ମାନୁଷ୍ଠାନ, ଯଜ୍ଞାନୁଷ୍ଠାନର ଚତୁର୍ଥ ଦିବସରେ ଅର୍ଥାତ ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭୂକୃପା ଲାଭ କରିବା ସହ ମା’ଙ୍କ ଶୁଭାଶିଷ ଲାଭ କରିବା ନେଇ ଦେବୀଙ୍କ ଦର୍ଶନ କରିବା ନିମିତ୍ତ ଯୋଗଦେବେ । ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଓ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ।

Leave A Reply

Your email address will not be published.

one × three =

error: Content is protected !!