pr

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

dr. purohit

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଉନ୍ନିତ ଉଚ୍ଚ ବିଦ୍ୟାଳୟ ଚଟୁଅନକାର ପ୍ରଧାନ ଶିକ୍ଷକ ଜଗତରାମ ତାଣ୍ଡୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ସଭା ପରିଚାଳନା ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଂଚି ନାରାୟଣ ଦାଶ କରିଥିବା ବେଳେ ଅତିଥି ଭାବରେ ଶିକ୍ଷକ କୁଳମଣି ସାହୁ, ସିଆର୍‌ସିସି ଅମରେନ୍ଦ୍ର କୁମାର ବାଗ, ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ, ଶିକ୍ଷୟିତ୍ରୀ ପୁଷ୍ପା ମଲ୍ଲିକ, ପୁଷ୍ପାଞ୍ଜଳି ମହାପାତ୍ର, ଭାରତୀ ଦାସ, ବୈଜୟନ୍ତୀ ପାଢ଼ୀ, ଜାହ୍ନବୀ ଭୋଇ, ଅନିତା ତ୍ରିପାଠୀ, ଭି.କ୍ରୀଷ୍ଣା, ରାଜେନ୍ଦ୍ର ସେଠ, ପଦ୍ମାବତୀ ସାହୁ ଆଦି ଯୋଗଦେଇ ତାଣ୍ଡୀଙ୍କ ବିଷୟରେ ଗୁଣଗାନ କରିବା ସହିତ ତାଙ୍କରି ଆଦର୍ଶକୁ ଅନୁସରଣ କରିବାକୁ ମତ ଦେଇଥିଲେ । ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ତରଫରୁ ଶ୍ରୀ ତାଣ୍ଡୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ପରିଶେଷରେ ଶିକ୍ଷୟିତ୍ରୀ ଶ୍ୱେତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.