pakka

ପାଟଣାଗଡ ଲିଓ ଓ ଲାୟନ୍ସ କ୍ଲବ୍ ପକ୍ଷରୁ ମହିଳା ସଶକ୍ତିକରଣ ସଭା ଅନୁଷ୍ଠିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସ୍ଥାନୀୟ ଲିଓ ଏବଂ ଲାୟନ୍ସ କ୍ଲବ୍‌ର ମିଳିତ ଉଦ୍ୟମରେ ୱମ୍ୟାନ ଇମ୍ପପାୱାର ମେଣ୍ଟ ବା (ମହିଳା ସଶକ୍ତିକରଣ) ଉପରେ ଏକ ସଭା ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ପାଟଣାଗଡ଼ ତହସିଲଦାର ଡ଼. ପୁଷ୍ପାଞ୍ଜଳି ପଣ୍ଡା, ଉପଖଣ୍ଡ ଡାକ୍ତରଖାନାର ମହିଳା ଓ ଶିଶୁରୋଗ ବିଶେଷଜ୍ଞ ସ୍ମିତାରାନୀ ଶତପଥି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଲିଓ କ୍ଲବ୍‌ ଅଧ୍ୟକ୍ଷ ମହେଶ ଜୈନ, ଲାୟନ୍ସ କ୍ଲବ୍ ଅଧ୍ୟକ୍ଷ କେଶବ ଛାପଡିଆ ମଞ୍ଚାସୀନ ଥିଲେ । ସମ୍ମାନିତ ଅତିଥି ଡ଼. ଶତପଥି ବର୍ତ୍ତମାନ ଯୁଗରେ ମହିଳାମାନେ ସ୍ୱାଧୀନ ଓ ସ୍ୱାଭିମାନରେ ବଞ୍ଚିବା ଓ ବଢିବା ସହ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସେ ଆହୁରି କହିଥିଲେ ଯେ, ମହିଳା ସବୁବେଳେ ଆଗକୁ କିପରି ବଢିବା କ୍ୱାଲିଟି ଓ କ୍ୱାନ୍‌ଟିଟି ଉପରେ ବୁଝାଇ ଥିଲେ । ମୁଖ୍ୟ ଅତିଥି ଡ଼. ପଣ୍ଡା ଓ ସମ୍ମାନିତ ଅତିଥି ଶ୍ରୀମତୀ ଡ଼. ଶତପଥି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି ଭଲ ପାଠ ପଢିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଲିଓ ମନିଷ ଜୈନ ସଭା ପରିଚାଳନା କରିଥିବା ବେଳେ କେଶବ ଛାପଡିଆ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନା କରିଥିଲେ । ଲିଓ କ୍ଲବ ଅଧ୍ୟକ୍ଷ ମହେଶ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

nineteen − eighteen =

error: Content is protected !!