pakka

୫ ଦିନ ହେଲା ଅନ୍ଧାରରେ ଲରମ୍ଭା ବାଗପଡାବାସୀ : ନୂତନ ଟ୍ରାନ୍ସଫମର ଲଗାଇବା ପାଇଁ ବିଭାଗୀୟ ଏସ୍‌ଡିଓଙ୍କୁ ଦାବୀପତ୍ର ପ୍ରଦାନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଧୁନିକ ସମାଜରେ ବିଜୁଳି ଆଲୁଅର ଆବଶ୍ୟକତା ସମସ୍ତେ ହୃଦୟଙ୍ଗମ କରିପାରୁଥିବେ । ବିଜୁଳି ଆଲୁଅ ନହେଲେ ଜୀବନ ଅତିବାହିତ କରିବା ବର୍ତମାନ କଷ୍ଟକର । କାରଣ ଟିଭି, ମୋବାଇଲ୍‌ଠାରୁ ଆରମ୍ଭ କରି ବିଦ୍ୟୁତ ଚାଳିତ ଯନ୍ତ୍ରପାତି ସବୁ ବିଜୁଳି ବିନା ଅଚଳ ହୋଇପଡେ । ଅନ୍ୟ ପକ୍ଷରେ ଗ୍ରୀଷ୍ମ ପ୍ରବାହରେ ଟ୍ରାସଫର୍ମର ଅଚଳ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତର ଲରମ୍ଭା ଗ୍ରାମର ବାଗପଡାରେ ଥିବା ବିପିଏଲ୍‌ ପରିବାରକୁ ୨୦୨୦ ମସିହାରେ ବିଦ୍ୟୁତ ବିଭାଗ ପକ୍ଷରୁ ୧୬ କେଭି କ୍ଷମତା ବିଶିଷ୍ଟ ଏକ ଟ୍ରାନ୍ସଫର୍ମର ପଡ଼ାରେ ବସାଯାଇ ବିଦ୍ୟୁତ ସଂଯୋଗ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ଜୁନ ତା ୬/୬/୨୨ ଦିନ ସନ୍ଧ୍ୟା ସମୟରେ ଅଦିନିଆ ଝଡ଼ ତୋଫାନ ଓ ବଜ୍ରପାତରେ ଟ୍ରାନ୍ସଫର୍ମରଟି ପୋଡ଼ି ନଷ୍ଟ ହୋଇଯିବା ଫଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । ଫଳରେ ୫ ଦିନ ହେବ ପଡାବାସୀ ଅନ୍ଧାରରେ ରହୁଛନ୍ତି । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଲୁଗୁଲି ଯୋଗୁଁ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅଞ୍ଚଳରେ କିଛି ଦିନ ହେବ ହାତୀପଲ ଯୋଗୁଁ ଲୋକେ ଆତଙ୍କିତ ହୋଇଥିବା ବେଳେ ପଡାଟି ସୁଲିଆ ସଂରକ୍ଷିତ ଜଙ୍ଗଲ ପାଖରେ ଥିବା ଯୋଗୁଁ ପଡାବାସୀ ଅନ୍ଧାରରେ ରହୁଥିବା ବେଳେ ଆହୁରି ଭୟଭୀତ ଅବସ୍ଥାରେ ରହୁଛନ୍ତି । ଆଜି ଲରମ୍ଭା ବାଗପଡ଼ାବାସୀ ପାଟଣାଗଡ଼ ବିଦ୍ୟୁତ ବିଭାଗର ଏସ୍‌ଡିଓଙ୍କ ଉଦେଶ୍ୟରେ ପଡ଼ାରେ ୨୫ କେଭି କ୍ଷମତା ବିଶିଷ୍ଟ ଏକ ନୂତନ ଟ୍ରାନ୍ସଫର୍ମର ବସାଇବା ପାଇଁ ବିଦ୍ୟୁତ ବିଭାଗର ସେକସନ ଅଧିକାରୀଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ବାଗପଡାରେ ନୂତନ ଟ୍ରାନ୍ସଫର୍ମର ବସାଇବାକୁ ହୃଷିକେଶ ବାଗ, ଶନୁବାଗ, ତପନ କୁମାର ବାଗ, ବ୍ରହ୍ମା ବାଗ, ଚନ୍ଦ୍ରଶେଖର ବାଗ, ରସିକ ବାଗ, ରବିନ୍ଦ୍ର ବାଗ, ସରୋଜ ବାଗଙ୍କ ସମେତ ପଡ଼ାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

4 × 5 =