pakka

ଚାଷୀଙ୍କୁ ଏଚ୍‌ଡିଏଫ୍‌ସି କମ୍ପାନୀ ବୀମା ଯୋଗାଇ ନଦେବାର ଷଡଯନ୍ତ୍ର ଅଭିଯୋଗ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ପାଖରେ ପୁଣିଥରେ ଫେରାଦ ହେଲା ବିଜେପି କୃଷକ ମୋର୍ଚ୍ଚା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମସ୍ତ ପ୍ରକାରର ନୀତି ନିୟମକୁ ଉଲଂଘନ କରି ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣ କରିଥିବା ଚାଷମାନଙ୍କ ଆବେଦନକୁ ବହୁ ସଂଖ୍ୟାରେ ଏଚ୍‌ଡ଼ିଏଫ୍‌ସି ବୀମା କମ୍ପାନୀ ଖାରଜ କରି ଦେଇଥିବା ନେଇ ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଚାଷୀମାନଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ଦେଖା ଦେଇଛି । ଚାଷୀ ସଂଗଠନମାନଙ୍କ ତରଫରୁ ଲଗାତାର ଆନ୍ଦୋଳନ ଚାଲିଥିବା ବେଳେ କୌଣସି ସମାଧାନର ରାସ୍ତା ବାହାରୁ ନାହିଁ । ଏହି ପରିପ୍ରେକ୍ଷୀରେ ବିଜେପି କୃଷକ ମୋର୍ଚ୍ଚା ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୁଣି ଥରେ କେନ୍ଦ୍ର କୃଷିମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ସ୍ମରଣ ଯୋଗ୍ୟ ଯେ, ଗତ ଡିସେମ୍ବର ୨୦ ତାରିଖ ଦିନ ମାନ୍ୟବର କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଏ ସମ୍ବନ୍ଧରେ ଏକ ଦାବୀପତ୍ର ଦିଆଯାଇଥିବା ବେଳେ ଆଜି ପୁଣି ଥରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏକ ପ୍ରତିନିଧି ମଣ୍ଡଳୀ ସହ ୩ କୃଷ୍ଣ ମେନନ ମାର୍ଗ ସ୍ଥିତ ବାସଭବନରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ସାକ୍ଷାତ କରି ଏଚ୍‌ଡିଏଫ୍‌ସି ବୀମା କମ୍ପାନୀ ଚାଷୀମାନଙ୍କୁ ବୀମା ଟଙ୍କା ଯୋଗାଇ ନଦେବା ପାଇଁ ଯେଉଁ ଷଡଯନ୍ତ୍ର କରୁଛି ସେ ବିଷୟରେ ଅଭିଯୋଗ କରିବା ସହ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଯେଭଳି ପାଇବେ ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ଏଚ୍‌ଡିଏଫ୍‌ସି ବୀମା କମ୍ପାନୀ କେଉଁ ଆଇନ ଆଧାରରେ ଚାଷୀଙ୍କ ଫସଲ ବୀମା ପଞ୍ଜିକରଣକୁ ରିଜେକ୍ଟ କରିଛି ତାର ସଂପୂର୍ଣ୍ଣ ତଥ୍ୟ ସହ ଏକ ରିପୋର୍ଟ କେନ୍ଦ୍ରକୁ ପଠାଇବା ପାଇଁ ଓଡିଶା ସରକାରଙ୍କ ପାଖକୁ ଯେଉଁ ଚିଠି କେନ୍ଦ୍ର ଦେଇଥିଲା ଆଜି ପର୍ଯ୍ୟନ୍ତ ଓଡିଶା ସରକାର କୌଣସି ପ୍ରକାରର ସ୍ପଷ୍ଟିକରଣ ଦେଇ ନଥିବାରୁ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମର ବିରକ୍ତି ପ୍ରକାଶ କରିଥିଲେ । ପୁଣିଥରେ ଓଡିଶା ସରକାର ଓ ଏଚ୍‌ଡିଏଫ୍‌ସିକୁ ଯୋଗାଯୋଗ କରିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିଦ୍ଦେର୍ଶ ଦେଇଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମରଙ୍କୁ ସାକ୍ଷାତ ସମୟରେ ପ୍ରତିନିଧି ମଣ୍ଡଳୀରେ ବିଜେପି କୃଷକ ମୋର୍ଚ୍ଚା ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର, ସମାଜସେବୀ ସଂଜୀବ ମାଝୀ, ଶଶାଙ୍କ ଶେଖର ସାହୁ ସାମିଲ ହୋଇଥିଲେ ।

Leave A Reply

Your email address will not be published.

one × 1 =