pakka

ବୃକ୍ଷ ରୋପଣ ଏବଂ ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଲେ ସିଏନ୍‌ସି ଛାତ୍ରଛାତ୍ରୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଏକ ପ୍ରତିନିଧି ଦଳ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ତଥା ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ଗ୍ରୀନ୍‌ ବଲାଙ୍ଗିର ପାଇଁ ସ୍ୱପ୍ନ ଦେଖୁଥିବା ଏହି ଛାତ୍ରଛାତ୍ରୀମାନେ ବଲାଙ୍ଗିରରେ କିଭଳି ଅଧିକରୁ ଅଧିକ ଗଛ ଲଗାଯାଇ ପାରିବ ଏବଂ ପରିବେଶ ସୁରକ୍ଷା କରାଯାଇ ପାରିବ, ସେ ସଂପର୍କରେ ପ୍ରସ୍ତାବ ଦେବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିନକୁ ଦିନ ବଲାଙ୍ଗିରର ତାପମାତ୍ରା ବଢ଼ି ଚାଲିଥିବା ବେଳେ ଚଳିତ ବର୍ଷ ଏହା ସାଂଘାତିକ ସ୍ଥିତିରେ ପହଂଚିଛି । ତେବେ ଆଗାମୀ ସମୟରେ ଅଧିକରୁ ଅଧିକ ଗଛ ଲଗାଯାଇ ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ନ ହେଲେ, ଜନଜୀବନ ଦୁର୍ବିସହ ହୋଇ ପଡ଼ିବ ବୋଲି ଛାତ୍ରଛାତ୍ରୀମାନେ ମତ ରଖିଛନ୍ତି । ତେବେ କଟା ଚାଲିଥିବା ରାସ୍ତା କଡ଼ର ଗଛ ସମୂହ ସଂପର୍କରେ ମତ ରଖି ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଯେତିକି ଗଛ କଟା ହେଉଛି, ସେତେ ପରିମାଣର ଗଛ ଲଗାଯିବା ନିହାତି ଆବଶ୍ୟକ । ନଚେତ୍‌ ଆଗାମୀ ସମୟରେ ଅମ୍ଲଜାନ କମିବା ସହ ପରିବେଶ ଅସନ୍ତୁଳିତ ହୋଇପଡ଼ିବ ଏବଂ ଏହାଦ୍ୱାରା ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଏଭଳି ମହତ୍‌ ପ୍ରସ୍ତାବ ନେଇ ସିଏନ୍‌ସି କଲେଜ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଏତାଦୃଶ ପଦକ୍ଷେପକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

five × one =