କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ ତାରିଖ ରବିବାର ଦିନ ସାଢେ ୧୦ଟା ବେଳେ ଭଞ୍ଜଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳୟରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍‌ଆଇଟିର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଡଃ ରଂଜିତ କୁମାର ସାହୁ ମୁଖ୍ୟ ଅତିଥି ଓ ବିଶିଷ୍ଟ ଭଞ୍ଜ ସାହିତ୍ୟ ପ୍ରବକ୍ତା ଓ ଗବେଷକ ଡଃ କୃଷ୍ଣକେଶବ ଷଡଙ୍ଗୀ ମୁଖ୍ୟବକ୍ତା ରୂପେ ଯୋଗଦେବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ଉକ୍ତ ଉତ୍ସବରେ ଭଞ୍ଜ କଳା କେନ୍ଦ୍ରର ଗୁରୁ ବୀଣାପାଣି ରଥ ଓ ସାଥୀ କଳାକାରଙ୍କ ଦ୍ଵାରା ଭଞ୍ଜ ସଂଗୀତ ପରିବେଷଣ କରାଯିବ । ଏଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ପାଠାଗାରର ସଭାପତି ଇଂ ଅଭୟ କୁମାର ଦାସ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.